କଳାହାଣ୍ଡି:୧୦/୦୪
ନ୍ୟାସନାଲ ୟୁଥ ଏଚ.ଆଇ.ଭି /ଏଡ଼ସ୍ ସଚେତନତା ଦିବସ ଉପଲକ୍ଷେ ବିକାଶ ଗୃପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଭବାନୀପାଟଣା ତରଫରୁ ସ୍ଥାନୀୟ ଟାଉନ-ହଲ୍ ଠାରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଏଚ.ଆଇ.ଭି / ଏଡ଼ସ୍ ବିଷୟରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼.ତୃପ୍ତି ମିଶ୍ର, (ଷ୍ଟେଟ ଏମ୍.ଏଚ ଆଣ୍ଡ୍ ଇ.ଏମ୍.ଟି.ସି.ଟି କନ୍-ସଲଟାଣ୍ଟ / ଓସାକ୍-ସ୍) ମ୍ୟାଡ଼ାମ ଯୋଗଦାନ କରିଥିଲେ ନିମନ୍ତ୍ରିତ ଅତିଥି ଭାବେ ଶ୍ରୀଯୁକ୍ତ ମାନସ ମିଶ୍ର କାଉନ୍-ସେଲର ଆଇ.ସି.ଟି.ସି ଓ ଡ଼ି.ଏସ୍.ଆର୍.ସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଳାହାଣ୍ଡି, ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦାସ, ଏ.ଡ଼ି .ପି.ଓ, ଅନ୍.ଆସ୍.ଆସ୍, ଶ୍ରୀଯୁକ୍ତ ସଂଜୀବ କୁମାର ସାହୁ ଜି.ସି.ଏ.ବି (ୱାଇ .ଆର୍.ସି) ପ୍ରମୁଖ ଯୋଗଦାନ କରିଥିଲେ l ବିକାଶ ଗୃପ୍ ନିର୍ଦ୍ଦେଶକ ଡ଼ି. ରାମ କୁମାର ଓ ଆଇ .ଟି. ଏଣ୍ଡ୍ ମ୍ୟାନେଜ୍ମେଣ୍ଟ୍ ଅଧ୍ୟକ୍ଷ୍ୟ ଡ଼. ସୁଦିପ୍ତ ଜାନା, ବିଜ୍ଞାନ ବିଭାଗ ଅଧ୍ୟକ୍ଷ୍ୟ ଡ଼. ଆଦିତ୍ୟ ପଟ୍ଟନାୟକ, ଯୁକ୍ତ2 ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ଯୁବରାଜ ନାୟକ ପ୍ରମୁଖ ଯୋଗଦାନକରି ଉକ୍ତ ଆଲୋଚନାଚକ୍ରକୁ ସାଫଲ୍ୟମଣ୍ଡିତ କରାଇଥିଲେ l ବିକାଶ ନର୍ସିଂ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ.କେ. ଜୟଶ୍ରୀ ଏହି ଆୟୋଜନର ମୁଖ୍ୟ ଉଦ୍ୟକ୍ତI ଥିଲେ l ଏହି କାର୍ଯ୍ୟକ୍ରମଟିକୁ ବିକାଶ ନର୍ସିଂ ମହାବିଦ୍ୟାଳୟର ଅଧ୍ୟାପିକା ଶିଖା ସୋନାଲି ଇକ୍କl ସୁପରିଚାଳିତ କରାଇଥିଲେ l ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ବିଭିନ୍ନ କଲେଜ ଯଥା ମଦର୍ ଟେରେସା ନର୍ସିଂ ମହାବିଦ୍ୟାଳୟ, ଜୟ ପ୍ରକାଶ ସଂନ୍ଧ୍ୟା ମହାବିଦ୍ୟାଳୟ ଓ କଳାହାଣ୍ଡି କଲେଜ ଅଫ୍ ନର୍ସିଂ ଆଣ୍ଡ୍ ଆଲାଏଡ୍ ସାଇନ୍ସ , ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ବିକାଶ ନର୍ସିଂ ମହାବିଦ୍ୟାଳୟର ସମୁଦାୟ 300 ରୁ ଉର୍ଦ୍ଦ୍ୱ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ଉକ୍ତ କାର୍ଯ୍ୟକ୍ରମଟି ସକାଳ 9 ଘଟିକା ସମୟରେ ପ୍ରାରମ୍ଭ ହୋଇ ଦିବା 1 ଘଟିକା ସମୟରେ ଶେଷ ହୋଇଥିଲା ବିକାଶ ଶିକ୍ଷ୍ୟାନୁଷ୍ଠାନ ତରଫରୁ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସାର୍ଟଫିକେଟ ପ୍ରଦାନ କରାଯାଇଥିଲା l
ବିକାଶ ଗୃପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଭବାନୀପାଟଣା ପକ୍ଷରୁ ନ୍ୟାସନାଲ ୟୁଥ ଏଡ଼ସ୍ ସଚେତନତା ଦିବସ।
