Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଜିଲ୍ଲାକୁ ଆଉ ତିନୋଟି ଜାତୀୟ ରାଜପଥ ସଂଯୋଗ ପାଇଁ ପୂର୍ବତନ ବିଧାୟକଙ୍କ ଦାବି

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଭବନ ରେ ଭେଟିଛନ୍ତି। ଏହି ଜିଲ୍ଲା ଦେଇ ଏକ ମାତ୍ର ଜାତୀୟ ରାଜପଥ ରାୟପୁର ଠାରୁ ଗୋପାଳପୁର ୫୯ନଂ. ଜାତୀୟ ରାଜପଥ ରହିଥିବା ବେଳେ ଏବେ ପୁଣି ଜିଲ୍ଲା ଦେଇ ଆଉ ତିନୋଟି ଜାତୀୟ ରାଜପଥ ନିର୍ମାଣ ପାଇଁ ଲିଖିତ ପ୍ରସ୍ତାବ ଦେଇଛନ୍ତି। ସେ ଗୁଡିକ ହେଲା ଜାତୀୟ ରାଜପଥ ନଂ.୫୭ ମାଧପୁର ଠାରୁ ଖଜୁରୀପଡ଼ା,ଫୁଲବାଣୀ,ଫିରିଙ୍ଗିଆ, ସାରଙ୍ଗଗଡ ଦେଇ କ. ନୂଆଗାଁ ନିକଟସ୍ଥ ଦାରିଙ୍ଗବାଡି ୫୯ନଂ.ଜାତୀୟ ରାଜପଥ କୁ ସଂଯୋଗ , ଦ୍ୱିତୀୟ ବାଲିଗୁଡ଼ା ୫୯ ନଂ. ଜାତୀୟ ରାଜପଥ ଠାରୁ ବାରଖମା, ସୁଡ୍ରା, ଲଣ୍ଡାଗାଁ, କଣ୍ଟାମାଳ ଦେଇ ସୋନପୁର ନିକଟରେ ସଂଯୋଗ, ତୃତୀୟ ରେ ତୁମୁଡ଼ିବନ୍ଧ ୫୯ ନଂ.ଜାତୀୟ ରାଜପଥ ଠାରୁ କୋଟଗଡ, ମୁନିଗୁଡ଼ା, ବିଷମକଟକ ହୋଇ ରାୟଗଡ଼ା ରେ ସଂଯୋଗ ।ପୁର୍ବରୁ ଏକ ଲିଖିତ ପତ୍ର ପ୍ରଦାନ କରିଥିବା ବେଳେ ଏବେ ପୁଣି ଉକ୍ତ ଦାବୀ କୁ ପତ୍ର ମାଧ୍ୟମରେ ଦୋହରାଇଛନ୍ତି। ଯାହାକୁ କେନ୍ଦ୍ର ମନ୍ତ୍ରୀ ଅତି ଗୁରୁତର ସହ ଗ୍ରହଣ କରିଛନ୍ତି। ପୂର୍ବ ଚିଠି ନେଇ କଣ ଅଗ୍ରଗତି ହୋଇଛି ତାହା ଖୁବ ଶୀଘ୍ର ପୂର୍ବତନ ବିଧାୟକ ଶ୍ରୀ ମାଝୀ ଙ୍କୁ ଜଣାଇବା ପାଇଁ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ତେବେ ଶ୍ରୀ ମାଝୀ ଆଶା ବ୍ୟକ୍ତ କରିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଖୁବ ଶୀଘ୍ର ଏହି କାର୍ଯ୍ୟ ଆଗକୁ ନେଇ ଜାତୀୟ ରାଜପଥ ମାନ୍ୟତା ପ୍ରଦାନ କରିବେ। ଏହି ତିନୋଟି ଜାତୀୟ ରାଜପଥ ନିର୍ମାଣ ହୋଇଗଲେ କନ୍ଧମାଳ ଜିଲ୍ଲା ରୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯାତାୟାତ ସହ ପଶ୍ଚିମ, ଦକ୍ଷିଣ ଓ ପୂର୍ବ ଓଡ଼ିଶାକୁ ଯାତାୟାତ ପାଇଁ ରାସ୍ତା ସୁଗମ ହୋଇ ପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ