Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି ର ଯୁବ ସମାବେଶ ରେ ଶକ୍ତି ପ୍ରଦର୍ଶନ, ମିଶ୍ରଣ ପର୍ଵ ରେ କଂଗ୍ରେସ ଓ ବିଜେପି ର ଶତାଧିକ କର୍ମକର୍ତ୍ତା ଙ୍କ ଯୋଗଦାନ।

କୋକସରା୧୧/୦୪
ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକ ସଦର ମହକୁମା ବଜାର ପଡ଼ିଆ ରେ ବିଜୁ ଜନତା ଦଳ ପକ୍ଷରୁ ଗୁରୁବାର ଯୁବ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ଓ ବିଜେପି ର ବରିଷ୍ଠ ଶତାଧିକ କର୍ମକର୍ତ୍ତା ଓ ଶତାଧିକ ଯୁବକ ମାନେ ବିଜେଡି ରେ ଯୋଗଦାନ କରିଛନ୍ତି। ସ୍ଥାନୀୟ ଜଗନ୍ନାଥ ମନ୍ଦିର ରେ ଧର୍ମଗଡ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ପୂଜାର୍ଚ୍ଚନା କରିବା ପରେ ଜଗନ୍ନାଥ ମନ୍ଦିର ଠାରୁ ବଜାର ପଡ଼ିଆ ପର୍ଯ୍ୟନ୍ତ ଏକ ବିଶାଳ ଯୁବ ଶୋଭାଯାତ୍ରା ରେ ବାହାରି ପହଞ୍ଚିବା ପରେ ବିଧାୟକ ପ୍ରାର୍ଥୀ ଶ୍ରୀ ସିଂଦେଓ ଙ୍କୁ କର୍ମକର୍ତ୍ତା ମାନେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଯୁବ ସମାବେଶ ର ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଯୁବ ସଭାପତି ହେମନ୍ତ କୁମାର ମାଝୀ ସ୍ୱାଗତ ଅଭିଭାଷଣ ରଖିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସମାବେଶରେ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ,ବିଧାୟକ ମୋୖଷଧି ବାଗ, ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ,ଜିଲ୍ଲା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ନିଆଲ, ଓମଫେଡ ରାଜ୍ୟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ,ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ଯୁବନେତା ଡାକେଶ୍ୱର ଲହଜଳ, ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି ,ଧର୍ମଗଡ ବ୍ଲକ ବିଜେଡି ସଭାପତି ଟିକମନ ବାରିକ, ପ୍ରଦୀପ ଦାସ, ଦୁର୍ଗା ନାଏକ, ଧବଳେଶ୍ବର ନାଗ ଓ ଅନେକ ପଞ୍ଚାୟତ ର ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ୨୨ ପଞ୍ଚାୟତ ରୁ ଆସିଥିବା ଯୁବଗୋଷ୍ଠୀ ଙ୍କୁ ସଂଗଠିତ ହୋଇ ତୃଣମୂଳ ସ୍ତରରେ ବିଜେଡି ଦଳ କୁ ବିପୁଳ ସମର୍ଥନ ରେ ବିଜୟୀ କରାଇବାକୁ ଗୁରୁମନ୍ତ୍ର ଦେଇଥିଲେ। ଏହି ସମାବେଶରେ କଂଗ୍ରେସ ର ଜିଲ୍ଲା ସାଧାରଣ ସମ୍ପାଦକ ଓ ପୂର୍ବତନ ବ୍ଲକ ସଭାପତି ରାଜେନ୍ଦ୍ର ନାଏକ, ପୂର୍ବତନ କୋକସରା ବ୍ଲକ ସଭାପତି କଂଗ୍ରେସ ଘନଶ୍ୟାମ ଜାଲ, ବ୍ଲକ କଂଗ୍ରେସ ଉପ ସଭାପତି ହରେକୃଷ୍ଣ ନାଏକ, କଂଗ୍ରେସ ଯୁବ ମିଡିଆ ସେଲ ସଭାପତି ଗଣେଶ ଭାଟି,ସୁଦାମ ଚରଣ ମାଝୀ,ରତନ ନାଏକ,ମନ୍ମଥ ମାଝୀ ଓ ବିଜେପି କୋକସରା ମଣ୍ଡଳ ଉପ ସଭାପତି ରଜନୀକାନ୍ତ ପଣ୍ଡା, ସମେତ ଶତାଧିକ ଯୁବକ ମାନେ ବିଜେଡି ଦଳ ରେ ସାମିଲ ହୋଇଥିଲେ। ଦଳ ପକ୍ଷରୁ ଯୋଗ ଦେଇଥିବା କଂଗ୍ରେସ ଓ ବିଜେପି ର କର୍ମକର୍ତ୍ତା ଙ୍କୁ ସ୍ୱାଗତ କରାଯାଇଛି।ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ନିଜ ବକ୍ତବ୍ୟ ରେ କୋକସରା ବ୍ଲକ ମୋର ରାଜନୈତିକ ଜୀବନ ର ପ୍ରଥମ ପାହାଚ,ଏହି ବ୍ଲକ ରୁ ମୁଁ ରାଜନୀତି ଶିଖିଛି।କୋକସରା ଜନ ସାଧାରଣ ମୋର ସ୍ୱର୍ଗତା ମାତା ରୋଶନି ସିଂଦେଓ ଓ ମୋ ପ୍ରତି ସବୁବେଳେ ଭଲ ପାଇବା ଦେଇ ଆସିଛନ୍ତି ଏଣୁ ମୁଁ କୋକସରା ମାଟି ଓ ଜନ ସାଧାରଣ ଙ୍କ ନିକଟରେ ସଦା ସର୍ବଦା ନମସ୍ୟ ବୋଳି ନିଜର ଅଭିଭାଷଣ ରେ କହିଛନ୍ତି। ମଞ୍ଚ ସଂଯୋଜନା ରେ ପଙ୍କଜ ମୁଖ ଚୌଧୁରୀ ସହଯୋଗ କରିଥିବା ବେଳେ ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ କୋକସରା ବିଜେଡି ଦଳ ର କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ