ସୁର ରାଉତରାୟଙ୍କୁ ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ୬ବର୍ଷ ବହିଷ୍କାର


ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ପୁତ୍ରମୋହ ମହଙ୍ଗା ପଡ଼ିଛି । ନିଜକୁ ସଚ୍ଚୋଟ କଂଗ୍ରେସ ବୋଲି ଦାବି କରି ବିଜେଡିର ସାଂସଦ ପ୍ରାର୍ଥୀ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବାକୁ କଂଗ୍ରେସ ଗୁରୁତ୍ୱର ସହ ନେଇଛି । ତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରୁ ଦଳରୁ ବହିଷ୍କାର କରିଛି । ସୁରଙ୍କ ଦୋମୁହାଁ ଚରିତ୍ର ପଦାରେ ପଡ଼ିବା ସହ ତାଙ୍କର ରାଜନୀତିକ କ୍ୟାରିୟର ଶେଷାର୍ଦ୍ଧରେ କଂଗ୍ରେସରୁ ଏଭଳି ଅପମାନିତ ହେବାକୁ ପଡ଼ିଛି ।

ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଜାରି ୩ଧାଡ଼ିଆ ପ୍ରେସ୍ ରିଲିଜରେ, ସୁରେଶ କୁମାର ରାଉତରାୟଙ୍କୁ ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରୁ ୬ବର୍ଷ ନିମନ୍ତେ ବହିଷ୍କାର କରାଯାଇଛି ।