ଅତାବିରା ରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା


ଅତାବିରା -ବରଗଡ଼ ଜିଲ୍ଲା ଅତାବିରା ଠାରେ ହନୁମାନ ଜୟନ୍ତୀ ଅବସରରେ ଏକ ବର୍ଣ୍ଣନାଳି ଶୋଭାଯାତ୍ରା ଶୁକ୍ରବାର ସନ୍ଧ୍ୟା 7ଟାରେ ଆରମ୍ଭ ହୋଇଯାଇଛି l ଅତାବିରା ସରସ୍ବତୀ ଶିଶୁ ମନ୍ଦିର ବିଦ୍ୟାଳୟ ରୁ ଶୋଭାଯାତ୍ରା ବାହାରିଛି l ସମ୍ବଲପୁର -ବରଗଡ଼ 53ନମ୍ବର ଜାତୀୟ ରାଜପଥ ଦେଇ ଲାଦେରପାଲି ଛକ ଯାଏଁ ଏହି ଶୋଭାଯାତ୍ରା ଯିବ l ଶାନ୍ତି ଶୃଙ୍ଖଳା ରେ ଶୋଭାଯାତ୍ରା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି l ହନୁମାନ ଜୟନ୍ତୀ ସମନ୍ମୟ ସମିତି, ବଜରଙ୍ଗ ଦଳ ସହ ହଜାର ହଜାର ହନୁମାନ ଭକ୍ତ ସାମିଲ ଅଛନ୍ତି l ଅତାବିରା ଥାନା ଆଇଆଇସି ଅନିଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶାନ୍ତିଶୃଙ୍ଖଳା ନିମନ୍ତେ ପୋଲିସ ମୁତୟନ କରାଯାଇଥିଲା l ଶୋଭାଯାତ୍ରାରେ ବିଭିନ୍ନ ଚିତ୍ର କଳା, କୁମ୍ଭାରୀ ର କଳାକୁଞ୍ଜ, ରେମତା ର ମାଁ ମଙ୍ଗଳା ଘଣ୍ଟ ବାଦ୍ୟ, ବଲାଙ୍ଗୀର ରାପଖାହଲର ରାହାସ ବାଗଙ୍କ ଶିବାନୀ ମ୍ୟୁଜିକାଲ କିଙ୍ଗ, ସ୍ଥାନୀୟ ଅଞ୍ଚଳ ର ହନୁମାନ ବେଶ ଧାରି ଶିଶୁ ବାନର ସେନା ପ୍ରମୁଖ ନିଜ ନିଜ କଳା କୃତି ପ୍ରଦର୍ଶନ କରିଥିଲେ l ଏହା ସହ ଅନେକ ରକମର ବାଜା ଗଜା ରେ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା l ଶିଶୁ ମାନଙ୍କ ହନୁମାନ ବେଶ ବେଶ ସୁନ୍ଦର ହୋଇଛି l ରାସ୍ତାର ଉଭୟ ପାର୍ଶ୍ୱ ରେ ଅତାବିରା ଅଞ୍ଚଳର ବହୁ ଜନସାଧାରଣ ଏହି ଶୋଭାଯାତ୍ରା କୁ ଉପଭୋଗ କରିଥିଲେ l ସ୍ଥାନେ ସ୍ଥାନେ ମହିଳାମାନେ ହନୁମାନ ଙ୍କ ଶ୍ରୀପାଦ ଧୋଇ ପୂଜା ପାଠ କରିଥିଲେ l