ବିଜେପିର ସଂକଳ୍ପ ପତ୍ର ଓ କଂଗ୍ରେସର ନ୍ୟାୟ ପତ୍ର, ଜାଣନ୍ତୁ ଉଭୟରେ ପାର୍ଥକ୍ୟ କଣ ?


ନୂଆଦିଲ୍ଲୀ: ରବିବାର ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏହାକୁ ଦଳ ସଂକଳ୍ପ ପତ୍ରର ନାଁ ଦେଇଛି । ନିକଟରେ କଂଗ୍ରେସ ମଧ୍ୟ ନ୍ୟାୟ ପତ୍ର ନାଁରେ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଥିଲା ।

ବିଜେପି ନିଜର ଘୋଷଣା ପତ୍ରରେ ପୁରୁଣା ଯୋଜନାକୁ ଜାରି ରଖିବା, ଏହାର ପରିଧି ବଢାଇ ୨୦୪୭ ପର୍ଯ୍ୟନ୍ତ ବିକଶିତ ଭାରତ ନିର୍ମାଣ କରିବା ସମେତ ଅନେକ ବଡ ପ୍ରତିଶ୍ରୁତି ଦେଇଛି । ଅନ୍ୟପଟେ କଂଗ୍ରେସ ନିଜର ନ୍ୟାୟ ପତ୍ରରେ ସାମାଜିକ ନ୍ୟାୟ ସହିତ ଯୁବ, ମହିଳା ଓ କୃଷକଙ୍କୁ କେନ୍ଦ୍ରରେ ରଖି ଅନେକ ବଡ ପ୍ରତିଶ୍ରୁତି ଦିଆଯାଇଛି । ତେବେ ଚାଲନ୍ତୁ ଜାଣିବା ଦୁଇ ଦଳର ଇସ୍ତାହାରରେ କଣ ରହିଛି ଜନତାଙ୍କ ପାଇଁ । ତୂଳନାତ୍ମକ ଭାବେ କଣ ରହିଛି ଖାସ୍ ।

ବିଜେପିର ସଂକଳ୍ପ ପତ୍ର

. ସମାନ ନାଗରିକ ସଂହିତା(ୟୁସିସି) ଲାଗୁ କରାଯିବ ।
. ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ କରାଯିବ ।
. କ୍ଷମତାକୁ ଆସିଲେ ଏକ ଦେଶ, ଏକ ନିର୍ବାଚନ ପ୍ରଣୟନ କରାଯିବ ।
. ୩ କୋଟି ଲକ୍ଷପତି ଦିଦି କରାଯିବାର ଗ୍ୟାରେଂଟି ।
. ଉଜ୍ୱଳା ଯୋଜନା, ସୂର୍ଯ୍ୟଘର ଯୋଜନା, ପିଏମ କିଷାନ ସମ୍ମାନ ନିଧି ଯୋଜନା, ପିଏମ ଗରିବ କଲ୍ୟାଣ ଯୋଜନା ଜାରି ରହିବ ।
. ଭାରତକୁ ତୃତୀୟ ଆର୍ଥିକ ମହାଶକ୍ତିରେ ପରିଣତ କରାଯିବ ।
. ସମୟ କ୍ରମେ ଏମଏସପି ବୃଦ୍ଧି ହେବ ।
. ଇଣ୍ଡୋ-ଚାଇନା, ଇଣ୍ଡୋ-ପାକିସ୍ତାନ, ଇଣ୍ଡୋ-ମିଆଁମାର ସୀମାରେ ଭିତିଭୂମି ନିର୍ମାଣ ।
. ସାମାଜିକ ସୁରକ୍ଷା ଯୋଜନାରେ ଟ୍ୟାକ୍ସି, ଟ୍ରକ ଓ ଅନ୍ୟ ଡ୍ରାଇଭରଙ୍କୁ ସାମିଲ କରାଯିବ ।

କଂଗ୍ରେସର ନ୍ୟାୟ ପତ୍ର

. କ୍ଷମତାକୁ ଆସିଲେ ଅଗ୍ନିପଥ ଯୋଜନା ବନ୍ଦ କରାଯିବ ।
. ଶ୍ରମିକଙ୍କ ଦୈନିକ ମଜୁରୀ ୪୦୦ ଟଙ୍କା କରାଯିବ ।
. କୃଷକଙ୍କ ପାଇଁ ଏମଏସପି ଆଇନର ଗ୍ୟାରେଂଟି ଦିଆଯିବ ।
. ଦେଶବ୍ୟାପୀ ସାମାଜିକ-ଆର୍ଥିକ ଓ ଜାତିଗତ ଜନଗଣନା କରାଯିବ ।
. ସରକାରୀ ପରୀକ୍ଷା ଏବଂ ସରକାରୀ ଚାକିରିରେ ଆପ୍ଲିକେସନ ଫି ଉଚ୍ଛେଦ କରାଯିବ ।
. ସଂରକ୍ଷଣ ସୀମା ସମାପ୍ତ କରାଯାଇ ଏହାର ପରିଧି ବଢାଯିବ ।
. ୩୦ ଲକ୍ଷ ସରକାରୀ ଚାକିରି ପ୍ରତିଶ୍ରୁତି ।
. ମହିଳାଙ୍କୁ ସରକାରୀ ଚାକିରିରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଓ ଗରିବ ଯୁବତୀଙ୍କୁ ବାର୍ଷିକ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତ ।
. ୨୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ଯୋଜନା ।