Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Indian Coast Guard Drug Seizure: ଆରବ ସାଗରରେ ବଡ଼ ଡ୍ରଗ୍ସ ଚାଲାଣର ପର୍ଦ୍ଦାଫାସ, ୫୨୬ କେଜି ହେରୋଇନ୍‌-ମେଥାମଫେଟାମାଇନ୍‌ ଜବତ

ନୂଆଦିଲ୍ଲୀ: ଆରବ ସାଗରରେ ଲକ୍ଷଦ୍ୱୀପର ପଶ୍ଚିମରେ ଡ୍ରଗ୍ସ ଚାଲାଣର ଏକ ବଡ଼ ପ୍ରୟାସକୁ ନାକାମ କରିଛି ଭାରତୀୟ କୋଷ୍ଟ ଗାର୍ଡ ଓ ଗୁଜରାଟ ATS। ସେପ୍ଟେମ୍ବର ୨୫ରେ ମିଳିତ ଅପରେସନ୍‌ ସମୟରେ ଏକ ସନ୍ଦେହଜନକ ଇରାନୀ ଧୌରୁ ପ୍ରାୟ ୫୨୬ କେଜି ହେରୋଇନ୍‌ ଓ ମେଥାମଫେଟାମାଇନ୍‌ ଜବତ କରାଯାଇଛି। ଜବତ ଡ୍ରଗ୍ସର ଅନ୍ତର୍ଜାତୀୟ ବଜାର ମୂଲ୍ୟ ୩,୦୦୦ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡ଼ିଛି।

ଅପରେସନ୍‌ ସମୟରେ ଧୌରେ ଥିବା ୫ ଜଣ ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଧରାଯାଇଛି। ସନ୍ଦେହଜନକ ନୌକା ଓ ଜବତ ହୋଇଥିବା ସାମଗ୍ରୀକୁ ଅଧିକ ତଦନ୍ତ ପାଇଁ ମୁମ୍ବାଇ ଅଣାଯାଇଛି। ଡ୍ରଗ୍ସ କେଉଁଠାରୁ ଆସିଥିଲା, କେଉଁଠାକୁ ନିଆଯାଉଥିଲା ଏବଂ ଏହା ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ କରାଯାଉଛି।

ଏହି ଘଟଣାରେ କୋଷ୍ଟ ଗାର୍ଡ ଓ ଗୁଜରାଟ ATSର ମିଳିତ ଅଭିଯାନରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ ହୋଇଛି। ଜବତ ଡ୍ରଗ୍ସର ପ୍ରକୃତ ପ୍ରକାର, ଉତ୍ସ ଓ ଚାଲାଣ ନେଟୱର୍କ ସମ୍ପର୍କରେ ଆଗାମୀ ତଦନ୍ତରୁ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories