Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲ୍ଲିକୋଟ ରେ ସିନ୍ଧୁ ଉର୍ମି ସାହିତ୍ୟ ସଂସଦ ତରଫରୁ ବିଷୁବ ସମ୍ମିଳନୀ ଅନୁଷ୍ଠିତ

ଖଲ୍ଲିକୋଟ–୧୪/୦୪–ଖଲ୍ଲିକୋଟ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସିନ୍ଧୁ ଉର୍ମି ସାହିତ୍ୟ ସଂସଦ ତରଫରୁ ଆଜି ସ୍ଥାନୀୟ ବରିଷ୍ଠ ନାଗରିକ ସଭାଗୃହ ରେ ବିଷୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ସିନ୍ଧୁ ଉର୍ମି ସାହିତ୍ୟ ସଂସଦ ର ସଭାପତି ସୁଧାଂଶୁ ଶେଖର ସାହୁଙ୍କ ପୌରହିତ୍ୟି ରେ ଅନୁଷ୍ଠିତ ଏହି ବିଷୁବ ସମ୍ମିଳନୀରେ ଦୈନିକ ସକାଳ ର ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଡକ୍ଟର ଜଗନ ମୋହନ ମହାପାତ୍ର, କଳିଙ୍ଗ ଟିଭି ର ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର କୁମାର ବେହେରା, ଛତ୍ରପୁର ଡେପୁଟି କଲେକ୍ଟର ଡକ୍ଟର ଦୟା ସିନ୍ଧୁ ପରିଡ଼ା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବର୍ତ୍ତମାନ ରାଜ୍ୟ ସରକାର ଓଡ଼ିଆ ଭାଷା ସାହିତ୍ୟ କୁ ଗୁରୁତ୍ୱ ଦେଉଥିବା ବେଳେ ସିନ୍ଧୁ ଉର୍ମି ର ସାହିତ୍ୟ କୁ ବଞ୍ଚାଇ ରଖିବା ପାଇଁ ଏହି ପ୍ରଚେଷ୍ଟା କୁ ଭୁୟସୀ ପ୍ରଶଂସା କରିଥିଲେ ।ଖଲ୍ଲିକୋଟ ମାଟି କୁ ସାହିତ୍ୟ ରେ ରୁଦ୍ଧିମନ୍ତ କରିଛନ୍ତି ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ।ଗଞ୍ଜାମ ରେ ସାହିତ୍ୟ ର ପ୍ରଚାର ପ୍ରସାର ଦିଗରେ ଖଲ୍ଲିକୋଟ ରାଜ ପରିବାର ର ଯଥେଷ୍ଟ ଅବଦାନ ରହିଛି ବୋଲି ଅତିଥି ମାନେ ନିଜ ନିଜର ଅଭିଭାଷଣ ରେ କହିଥିଲେ ।ଖଲ୍ଲିକୋଟ ମାଟିର ପୁଅ ଡକ୍ଟର ଜଗନ ମୋହନ ମହାପାତ୍ର ନିଜର ପିଲା ଦିନ ର ଅଭିଜ୍ଞତା ବିଷୟରେ କହିଥିଲେ ।ତେବେ ଆଜିକାଲି ସାହିତ୍ୟ ସଭାରେ ଶ୍ରୋତା ଙ୍କ ସଂଖ୍ୟା କମ ରହୁଥିବା ଯୋଗୁଁ ବକ୍ତା ମାନେ ଉଦବେଗ ପ୍ରକାଶ କରିଥିଲେ ।ଅନନ୍ୟ ଉତ୍କଳ ର ସମ୍ପାଦକ ମିତାଞ୍ଜଳି ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।ବିଶିଷ୍ଟ ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ସରୋଜବାଲା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।ସିନ୍ଧୁ ଉର୍ମି ସାହିତ୍ୟ ସଂସଦ ର ସମ୍ପାଦକ ମାଧବ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ।ଅଧ୍ୟାପିକା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ସଂଯୋଜନା କରିଥିଲେ ।ଏହି ଅବସରରେ ଡାକ୍ତର ହରପ୍ରସାଦ ମହାପାତ୍ର ଙ୍କୁ ୨୦୨୨ ବର୍ଷ ର ବିଷୁବ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଗବେଷକ ଡକ୍ଟର ବାୟମନୁ ଚର୍ଚ୍ଚି ଙ୍କୁ ଚଳିତ ବର୍ଷ ର ବିଷୁବ ସମ୍ମାନ ପ୍ରଦାନ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ୟ ଉତ୍କଳ ର ସଭାପତି ପ୍ରଭାତ କୁମାର ମିଶ୍ର, ଡକ୍ଟର ଜଗଦୀଶ ପାଲ, ସାହିତ୍ୟିକ ଭାଗିରଥି ବେହେରା ଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ