ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ


କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଶ୍ରୀରାମଲୀଳା ପାଇଁ ଗ୍ରାମ ଗୁଡ଼ିକ ଉତ୍ସବମୁଖର ହୋଇ ଉଠିଛି l ବୁଧବାର ଠାରୁ ଏହି ବ୍ଲକର ତେରେସିଂହା, ବିନ୍ଧାଣୀ, ରିଷିଡା, ବ୍ରାହ୍ମଣୀମୁଣ୍ଡା, ଓଡ଼ିଆମୁଣ୍ଡା, ସୁରୁଜୁଲି, ବଡ଼ଡୁଙ୍ଗୁରୀଗୁଡ଼ା, ପୌରକେଲା, ଝାରମୁଣ୍ଡା, ପୁଟିଗାଁ, ସରଗୁଲ-ମାଳପଡ଼ା, କୁଶୁର୍ଲା, ଯୋରାଡବରା, କଣ୍ଡରେଇ, ଟକାରୁମାଲ , କେନ୍ଦୁମୁଣ୍ଡି,ବାଗବୁରେଇ ଆଦି ଗ୍ରାମରେ ଭକ୍ତି ଓ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉ ଥିବାଜଣାପଡିଛି l ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ବିଷୟ ବସ୍ତୁକୁ ନେଇ ଶ୍ରୀରାମ ନବମୀ ସହ ୧୪ଦିନ ବ୍ୟାପି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀରାମଲୀଳା ନାଟକ ମଞ୍ଚସ୍ଥ ହୋଇଥାଏ। ଏହି ଅବସରରେ ବ୍ଲକ ର ରିଷିଡା,କର୍ଲାମୁଣ୍ଡା,ଜୋରାଡବରା -କୁଶୁର୍ଲା ଆଦି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗୁଡିକ ରେ ଭଉଣୀ ଭାଇ ମାନେ ରାମାୟଣ ର ବିଭିନ୍ନ ଚରିତ୍ର ଙ୍କ ବେଶ ରେ ସଜ୍ଜିତ ହୋଇ ନଗର ପରିକ୍ରମା କରିଥିଲେ