Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଭୋଟର ସଚେତନତା।

କୋକସରା:୧୮/୦୪
ଆଗକୁ ସାଧାରଣ ନିର୍ବାଚନ ମଇ ୧୩ ରେ କଳାହାଣ୍ଡି ଜିଲ୍ଲାରେ ହେବାକୁ ଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ସଚେତନତା ସୃଷ୍ଟି ଅଭିଯାନ ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ଏହି କ୍ରମରେ ଗୁରୁବାର କୋକସରା ବ୍ଲକ ପ୍ରଶାସନ ପକ୍ଷରୁ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ ଙ୍କ ତତ୍ୱାବଧାନ ରେ ବ୍ଲକ ପରିସର ମଧ୍ୟରେ ଭୋଟର ସଚେତନତା ସୃଷ୍ଟି ଅଭିଯାନ କୁ ନେଇ ଭିଡ଼ିଓ ମାଧ୍ୟମରେ ସଚେତନତା କରାଯାଇଛି। ଭୋଟ ହେଉଛି ନାଗରିକ ହେବାର ମୌଳିକ ଅଧିକାର, ଏହି ଅଧିକାର କୁ ସମସ୍ତେ କେମିତି ସାବ୍ୟସ୍ତ କରି ନିଜର ମତଦାନ କରିବେ ସେ ନେଇ ସଚେତନ କରାଯାଇଛି।ଏହି ଅବସର ରେ ଜିପିଡ଼ିଓ ରାଜେନ୍ଦ୍ର ପାତ୍ର, ବିଏସ ଏସ ଓ ଦୀପକ କୁମାର ବେହେରା, ପିଇଓ ବିରଞ୍ଚି ଖର୍ସେଲ ସମେତ ଓଏଲଏମ,ସାମାଜିକ ସୁରକ୍ଷା ବିଭାଗୀୟ ଓ ମନରେଗା ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ