Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଧୁ ମାଧବ ତୀର୍ଥରେ ଶ୍ରୀରାମ ନବମୀ ମହୋତ୍ସବ, ଷୋହଳ ପ୍ରହର ନାମଯଜ୍ଞ ପାଇଁ ଅଧିବାସ।

କୋକସରା,୨୦/୪
କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରା ମଧୁ ମାଧବ ତୀର୍ଥରେ ଶ୍ରୀରାମ ନବମୀ ମହୋତ୍ସବ ଗତ ୧୬ତାରିଖ ଠାରୁ ମହାସମାରୋହରେ ଅନୁଷ୍ଠିତ ହେଉଛି । ଶନିବାର ଅପରାହ୍ନରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ସହ ଅଧିବାସ ହୋଇଥିଲା। ରବିବାର ସକାଳୁ ନାମଯଜ୍ଞ ଆରମ୍ଭ ହୋଇ ମଙ୍ଗଳବାର ସମାପନ ହେବା କାର୍ଯ୍ୟକ୍ରମ ରହିଛି । ଚଳିତ ବର୍ଷ ପୂଜାକର୍ତ୍ତା ଭାବେ ଗୋପାଲ ଅଗ୍ରୱାଲ ଓ ରାନୀଦେବୀ ଅଗ୍ରୱାଲ ସପତ୍ନୀକ ରହିଛନ୍ତି। ମୁଖ୍ୟ ପୂଜକ ଦିଲୀପ କୁମାର ଯୋଷୀ, ପ୍ରତାପ କିଶୋର ପଣ୍ଡା, ସୁରେଶ ପଣ୍ଡା ପ୍ରମୁଖ ପୂଜାକାର୍ଯ୍ୟ ତୁଲାଉଛନ୍ତି। ଆଜି ଅପରାହ୍ନରେ ମଧୁ ମାଧବ ତୀର୍ଥରେ ଥିବା ପୂଣ୍ୟକୁଣ୍ଡରୁ ପବିତ୍ର ଜଳ ଆଣି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ର, ଉପ ସଭାପତି ଘନଶ୍ୟାମ ନାଏକ, ସମ୍ପାଦକ ସୁଧୀର ପାତ୍ର, କାର୍ଯ୍ୟକାରୀ ସମ୍ପାଦକ ନିଳାମ୍ବର ନାଏକ, କୋଷାଧ୍ୟକ୍ଷ ସୁରେଶ ଅଗ୍ରୱାଲ, କାର୍ଯ୍ୟକାରୀ କୋଷାଧ୍ୟକ୍ଷ ଆଦିତ୍ୟ ପଣ୍ଡା, ସଦସ୍ୟ ଦୁଷ୍ମନ୍ତ ପାଟ୍ଟଯୋଷୀ, ଅର୍ଜ୍ଜୁନ ଅଗ୍ରୱାଲ, ନରେନ୍ଦ୍ର ନାଏକ, ଚକାଡୋଳା ପାତ୍ରଙ୍କ ସହ ସମସ୍ତ ସଦସ୍ୟ ଓ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ କୋକସରା ମେଡିକାଲ ଟିମ ପହଞ୍ଚି ଫାଷ୍ଟ ଏଡ୍ ର ସୁବିଧା ଯୋଗାଇ ଦେବା ସହ ଆମପାଣି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।