Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ରାଜ୍ୟ ଆଇନଜୀବୀ ପରିଷଦ ଭୋଟ୍‌

କଟକ: ଆଜି ରାଜ୍ୟ ବାର୍‌ କାଉନ୍‌ସିଲ ନିର୍ବାଚନ। ନିର୍ବାଚନରେ ୨୫ଟି ସଦସ୍ୟ ପଦବୀ ପାଇଁ ହେବ ମତଦାନ। ୨୫ଟି ପଦବୀ ପାଇଁ ୨୬ ଜଣ ପ୍ରତିଦ୍ବନ୍ଦିତା କରିବେ। ଦିନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ହେବ ଭୋଟ୍‌ ଗ୍ରହଣ ପ୍ରକ୍ରିୟା। ଏହି ନିର୍ବାଚନ ପ୍ରକ୍ରିୟାରେ ମୋଟ ୩୪ ହଜାର ୯୦୮ ଜଣ ଆଇନଜୀବୀ ‌ମତଦାନ କରିବେ।

ତେବେ ଭୋଟ ଗ୍ରହଣ ପାଇଁ ସାରା ରାଜ୍ୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରୁଖୁରୁରେ ‌ଭୋଟ୍‌ ଗ୍ରହଣ ପରିଚାଳନା ଲାଗି ମୋଟ ୧୬୭ଟି ବୁଥ୍‌ ବ୍ୟବସ୍ଥା କରାଯାଇଛି। ଏହି ନିର୍ବାଚନରେ ପ୍ରିଫରେନ୍ସିଆଲ ଭୋଟ ବ୍ୟବସ୍ଥା ହୋଇଥିବାରୁ ପ୍ରତ୍ୟେକ ଆଇନଜୀବୀ ୨୫ଟି ଲେଖାଏଁ ଭୋଟ ଦେଇପାରିବେ। ତେବେ ଜଣେ ଭୋଟର ସର୍ବନିମ୍ନ ୫ଟି ଭୋଟ ନଦେଲେ ବାଲାଟ୍ ନାକଚ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଆସନ୍ତା ୨୧ରୁ ଆରମ୍ଭ ହେବ ଭୋଟ ଗଣତି ଏବଂ ପ୍ରାୟ ୨ ମାସ ଯାଏ ଜାରି ରହିବ ଏହି ଗଣତି ପ୍ରକ୍ରିୟା। ପ୍ରାୟ ୯ ବର୍ଷ ବ୍ୟବଧାନ ପରେ ଚଳିତବର୍ଷ ହେଉଛି ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ