ଯୋଡା ଶଙ୍ଖ ଘରେ ରଖିଲେ କଣ ଲାଭ ମିଳେ, ଜାଣନ୍ତୁ


ଭୁବନେଶ୍ୱର: ହିନ୍ଦୁ ଧର୍ମରେ ଶଙ୍ଖକୁ ପୂଜନୀୟ ମନାଯାଏ । ଅସୁର ଓ ଦେବତାଙ୍କ ଦ୍ୱାରା ହୋଇଥିବା ସମୁଦ୍ର ମନ୍ଥନରେ ଶଙ୍ଖର ଉତ୍ପତ୍ତି ହୋଇଥିଲା । ଧନର ଦେବୀ ମା ଲକ୍ଷ୍ମୀଙ୍କ ଶଙ୍ଖ ବହୁତ ପ୍ରିୟ । ଭଗବାନ ବିଷ୍ଣୁ ତ ପ୍ରତି ସମୟରେ ନିଜ ହସ୍ତରେ ଶଙ୍ଖ ଧାରଣ କରିଥାନ୍ତି । ପୂଜା ପାଠରେ ଶଙ୍ଖ ବଜାଇବା ବହୁତ ଶୁଭ ହୋଇଥାଏ । ଏହା ବ୍ୟତୀତ ଘରେ ଶଙ୍ଖ ରଖିବାରେ ମଧ୍ୟ ବହୁତ ଚତ୍ମକାର ଲାଭ ମିଳିଥାଏ । ଘରେ ଶଙ୍ଖ ରଖିବାର ଅନେକ ଫାଇଦା ରହିଛି । ଆସନ୍ତୁ ଜାଣିବା ଘରେ ଶଙ୍ଖ କିମ୍ବା ଯୋଡା ଶଙ୍ଖ ରଖିଲେ କଣ ଫାଇଦା ମିଳେ ।

. ଯେଉଁ ଶଙ୍ଖ ରହିଛି ଏବଂ ଏହାର ବିଧି ବିଧାନ ପୂଜା ହେଉଛି ସେହି ଘରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ସର୍ବଦା ବାସ କରନ୍ତି । ସେହି ଘରର ଖୁବ୍ ସମୃଦ୍ଧି ହୋଇଥାଏ ଏବଂ ଅର୍ଥାଭାବ ରହି ନ ଥାଏ ।

. ଯଦି ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି କିମ୍ବା ସଂପତି ବଢାଇବାକୁ ଚାହାନ୍ତି ତେବେ ପ୍ରତି ଶୁକ୍ରବାର ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ପୂଜା ପରେ ନିଶ୍ଚୟ ଶଙ୍ଖ ବଜାନ୍ତୁ । ଏଥିରେ ଘରେ ସକରାତ୍ମକ ମାହୋଲ ରହିଥାଏ ଓ ଖୁ୍‌ବ୍ ଧନ ଉର୍ପାଜନ ହୁଏ । ଘରେ ସୁଖ ସମୃଦ୍ଧି ଭରିଯାଏ । ଏହା ସହିତ ଶଙ୍ଖ ବଜାଇଲେ ଘରର ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ।

. ଯଦି ଘରେ ନକରାତ୍ମକ ମାହୋଲ ରହେ, ଘରେ କଳହ ଲାଗି ରହୁଥାଏ କିମ୍ବା ସଦସ୍ୟଙ୍କ ବିକାଶରେ ବାଧା ଆସୁଥାଏ ତେବେ ଶଙ୍ଖରେ ଜଳ ଭରି ପୂରା ଘରକୁ ସିଞ୍ଚନ କରନ୍ତୁ । ଏମିତି କଲେ ଘରୁ ନକରାତ୍ମକ ଦୂର ହୋଇଥାଏ ।

ଯୋଡା ଶଙ୍ଖ ରଖିଲେ କଣ ଫାଇଦା ମିଳେ ?

ଶାସ୍ତ୍ର ଅନୁସାରେ ଯଦି ଆପଣ ପୂଜାରେ ଶଙ୍ଖ ରଖିବାକୁ ଚାହାନ୍ତି ତେବେ ଗୋଟିଏ ଶଙ୍ଖ ରଖି ପାରିବେ । ଏହା ଏଥିପାଇଁ କାରଣ ଶଙ୍ଖ ମା ଲକ୍ଷ୍ମୀଙ୍କ ପ୍ରତୀକ ଏବଂ ପ୍ରିୟ ମଧ୍ୟ । ପୂଜା ପାଇଁ ଦୁଇଟି ଶଙ୍ଖ ଏହାକୁ ଦର୍ଶାଇଥାଏ ଯେ ମାଆ ଲକ୍ଷ୍ମୀଙ୍କ ସ୍ଥାନ କେବଳ ସ୍ଥାୟୀ ନୁହେଁ ବରଂ ଅଚଳ । ଯୋଡା ଶଙ୍ଖ ସର୍ବଦା ଶୁଭ ରହିଥାଏ ।