ଯଦି କେଜ୍ରିୱାଲ ଭ୍ରଷ୍ଟ, ତେବେ ଦେଶରେ କେହି ସଚ୍ଚୋଟ ନାହାନ୍ତି: ଆପ୍


ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ ଜାରି କରିବା ପରେ ରାଜନୀତି ସରଗରମ ହୋଇ ଉଠିଛି । ଏହାକୁ ନେଇ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଓ ଇଡିଙ୍କୁ ଆଜି ଯାଏ କୈାଣସି ପ୍ରମାଣ ମିଳିନାହିଁ । ଏହା ସତ୍ୱେ ମିଛ କେସ୍ ଲଗାଇ ସିସୋଦିଆଙ୍କୁ ଫସାଗଲା । ସିବିଆଇ ସମନ ପରେ ଦିଲ୍ଳୀର ମୁଖ୍ୟମନ୍ତ୍ରୀ ନିଜ ସପକ୍ଷରେ କହିଛନ୍ତି ଯଦି କେଜ୍ରିୱାଲ ଭ୍ରଷ୍ଟ, ତେବେ ଦେଶରେ କେହି ସଚ୍ଚୋଟ ନାହାନ୍ତି ।

ସେ କହିଛନ୍ତି, ମୁଁ ଦିଲ୍ଲୀ ବିଧାନସଭାରେ ଯେଉଁ ଦିନ ଦୁର୍ନୀତି ବିରୋଧରେ ମୁହଁ ଖୋଲିଥିଲି, ସେହି ଦିନ ଜାଣି ସାରିଥିଲି ଯେ ପରବର୍ତୀ ନମ୍ବର ମୋର । ଗତ ୭୫ ବର୍ଷରେ କୈାଣସି ପାର୍ଟିକୁ ଆପ୍ ପରି ନିଶାଣ କରାଯାଇ ନାହିଁଁ । ଆମେ ଲୋକଙ୍କଠୁ ଉତ୍ତମ ଶିକ୍ଷା ଆଶା କରୁଛୁ । ସେମାନେ ଏହି ଆଶାକୁ ନଷ୍ଟ କରିବାକୁ ଚାହାନ୍ତି ।

କେଜ୍ରିୱାଲ କହିଛନ୍ତି, କାଲି ସିବିଆଇ ମୋତେ ହାଜର ହେବାକୁ କହିଛି ଏବଂ ମୁଁ ନିଶ୍ଚିତ ଭାବେ ଯିବି । ଯଦି କେଜ୍ରିୱାଲ ଭ୍ରଷ୍ଟ ତେବେ ଦୁନିଆରେ କେହି ବି ସଚ୍ଚୋଟ ନାହାନ୍ତି । ଯଦି ବିଜେପି ମୋତେ ଗିରଫ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଏ ତେବେ ସିବିଆଇ ଏହି ନିର୍ଦ୍ଦେଶ ପାଳନ କରିବ । ସିବିଆଇ ଏବଂ ଇଡି ଅବକାରୀ ମାମଲାରେ ଅଦାଲତରେ ମିଥ୍ୟା ସତ୍ୟପାଠ ଦାଖଲ କରିଛି ।