କେବାଡରେ ଅଷ୍ଟପ୍ରହରି ନାମଯଜ୍ଞ ସଂକିର୍ତ୍ତନ


ବରପାଲି,୨୮।୪ :ବରପାଲି ବ୍ଳକ ଆଗଲପୁର କେବାଡ ଗ୍ରାମରେ ସଂକିର୍ତ୍ତନ ମଣ୍ତଳୀ ପକ୍ଷରୁ ଅଷ୍ଟପ୍ରହରୀ ନାମଯଜ୍ଞ ସଂକିର୍ତ୍ତନ ନିତିକାନ୍ତି ମଧ୍ଯରେ ସୂଭାରମ୍ଭ ହୋଇଯାଇଛି। ରବିବାର ଅପରାହ୍ନରେ ପୂଜାକର୍ତ୍ତା ଆନନ୍ଦ ବାଗ ଓ
ଧର୍ମପତ୍ନୀ ସୁଧିରା ବାଗଙ୍କ ସମେତ ଗ୍ରାମର ଶତାଧିକ ପୁରୁଷ ମହିଳା ଯୁବତୀ ଭକ୍ତମଣ୍ତଳି କଳସ ଶୋଭାଯାତ୍ରା ସ୍ଥାନିୟ ବନ୍ଧରୁ ବାହାରିଥିଲେ। ଶୋଭାଯାତ୍ରାଟି ଗ୍ରାମ ପରିକ୍ରମା ମାଧ୍ଯମରେ ଯଜ୍ଞ ମଣ୍ତପରେ ପହଞ୍ଚିଥିଲେ। ପଣ୍ତିତ ଯୋଗେନ୍ର୍ଦ ପଣ୍ତା ଓ ଆଚାର୍ଯ୍ଯ ମାନଙ୍କ ଦ୍ବାରା କୁମ୍ଭମାନ ସିଦ୍ଧି ହେଲାପରେ ପୂଜାମଣ୍ତପ ସମ୍ମୁଖରେ ସ୍ଥାପନ କରାଯାଇଥିଲା। ପରେ
ହରିନାମ ଜପ ସହିତ ସଂକିର୍ତ୍ତନ ପର୍ବ ସୂଭାରମ୍ଭ ହୋଇଥିଲା। ବିଧି ଅନୁସାରେ ପଣ୍ଡିତ ଓ ଆଚାର୍ଯ୍ଯ ମାନଙ୍କ ଦ୍ବାରା ପୂଜାକାର୍ଯ୍ଯ ଆରମ୍ଭ ହୋଇ ଅଷ୍ଟପ୍ରହରି ନାମ ସଂକିର୍ତ୍ତନ ପର୍ବର ସୂଭାରମ୍ଭ କରାଯାଇଥିଲା। ପରିଚାଳନାରେ ଗ୍ରାମବାସୀଙ୍କ ସମେତ ଭକ୍ତ ଓ କମିଟି କାର୍ଯ୍ଯକର୍ତ୍ତା ମାନେ ସହାୟତା କରିଥିଲେ।