Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମାଉସିମାଁ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରପାଲି,୨୮।୪ : ବରପାଲି ବ୍ଳକ କେବାଡ ଗ୍ରାମରେ ଚତୃଦିବସିୟ ମାଉସିମାଁ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପଣ୍ଡିତ ଓ ଆଚାର୍ଯ୍ଯ ମାନଙ୍କ ଦ୍ବାରା ପୂଜାର୍ଚ୍ଚନା ଓ ହୋମଯଜ୍ଞ ଅନୁଷ୍ଠାନ କାର୍ଯ୍ଯ ଆଗେଇଚାଲିଛି। ବୁଧବାର ପୂର୍ବାହ୍ନରେ ମୂଖ୍ଯପଣ୍ତିତ ଯୋଗେନ୍ର୍ଦ ପଣ୍ତା ପୁରୋହିତଙ୍କ ସମେତ ଆଚାର୍ଯ୍ଯ ମାନଙ୍କ ସହାୟତାରେ ନିତ କାନ୍ତି‐
ମଧ୍ଯରେ ବିଧି ବିଧାନ ପାଳିତ ହୋଇ ପୂଜନ କାର୍ଯ୍ଯ ସହ ଚଣ୍ତିପାଠ ଓ ହୋମଯଜ୍ଞ ଘୃତାହୁତୀ ପର୍ବ ଆରମ୍ଭ ହୋଇଥିଲା। ପୂଜାକର୍ତ୍ତା ଭାବରେ ସତ୍ଯନାରାୟଣ ନାଏକ ଓ ଧର୍ମପତ୍ନୀ ଅନିତା ନାଏକଙ୍କ ସହାୟତାରେ ପୂଜାମଣ୍ତପରେ ଦେବ ପୂଜନ,ସ୍ନାନ କର୍ମ ସମ୍ପର୍ଣ୍ଣ ପରେ ହୋମଯଜ୍ଞ ଅଗ୍ନି ସଂସ୍ଥାପନ କାର୍ଯ୍ଯକ୍ରମ ମାନ ନିର୍ବାହ କରାଯାଇଥିଲା। ଗତ ଶୁକ୍ରବାର କଳସ ଶୋଭାଯାତ୍ରା ସହ ପ୍ରତିଷ୍ଠା ପୂଜାବିଧି ସୂଭାରମ୍ଭ ହୋଇଥିଲା। ଗାୟତ୍ରି ଜପ,ହବନ,ଗ୍ରହ ପୂଜନ,ରତ୍ନମୂଦ ପର୍ବ ସହ ପରାୟଣ ପଠନ ହୋଇଥିଲା। ଆଗାମି ସୋମବାର ଉତ୍ସବର ଉଦଯାପନୀ ସହିତ ପୂର୍ଣ୍ଣାହୁତୀ ପର୍ବ ପାଳିତ ହେବ। ପ୍ରତିଷ୍ଠା ଉତ୍ସବରେ ପୂଜା କମିଟି ପକ୍ଷରୁ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପରାୟଣ,ପ୍ରବଚନ ପାଠ ପ୍ରଭୁତି ସାଂସ୍କୃତିକ କାର୍ଯ୍ଯକ୍ରମ ମାନ କମିଟି ପକ୍ଷରୁ ବ୍ଯବସ୍ଥା କରାଯାଇଛି। ପୂଜା କମିଟି ଓ ଗ୍ରାମ୍ୟ କମିଟି ପୂଜା କମିଟି ସଦସ୍ଯ ମାନେ ସହଯୋଗ କରିଥିଲେ।