Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଡ଼ିଗ୍ରୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୂଆ ମତଦାତା ଓ ମତଦାନ ସମ୍ବନ୍ଧୀୟ ସଚେତନତା ଶୋଭାଯାତ୍ରା।

କଳାହାଣ୍ଡି :୨୮/୦୪
ଭବାନୀପାଟଣା ସ୍ଥିତ ବିକାଶ ଡ଼ିଗ୍ରୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ନୂଆ ମତଦାତା ଓ ମତଦାନ ସମ୍ବନ୍ଧୀୟ ସଚେତନତା ଶୋଭାଯାତ୍ର ଆଜି ଅନୁଷ୍ଠିତ ହୋଇଯାଇଛି। ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆନୁଷ୍ଠାନିକ ଭାବେ ଦୟାମୟ ପାଢ଼ୀ ପ୍ରକଳ୍ପ ନିର୍ଦେଶକ କଳାହାଣ୍ଡି, ଦୀପ୍ତିମାନି ପ୍ରଧାନ ଉପ ଜିଲ୍ଲାପାଳ ଭବାନୀପାଟଣା, ଚନ୍ଦନ କୁମାର ଭୋଇ ବିଡ଼ିଓ ଭବାନୀପାଟଣା, ସୁଭସ୍ମିତା ମିଶ୍ର ତହସିଲଦାର କଳାହାଣ୍ଡି, ପ୍ରଶାନ୍ତି ପ୍ରଧାନ ତହସିଲଦାର କେସିଙ୍ଗା, ସତ୍ୟ ସମର୍ପଣ ରାଉତ କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀପାଟଣା ଓ ଅନ୍ୟ ଅତିଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଡି.ଶ୍ୟାମ ,ନିର୍ଦେଶକ , ବିକାଶ ଭବାନୀପାଟଣା, ଡି.ରାମ କୁମାର, ନିର୍ଦେଶକ ବିକାଶ ଭବାନୀପାଟଣା, ଶ୍ରୀମତୀ ଡି.ବିଜୟା, ଏକାଡେ଼ମିକ ଇନଚାର୍ଜ ବିକାଶ ଭବାନୀପାଟଣା, ଶ୍ରୀମତୀ ଡି.ପଦ୍ମିନୀ, ପରିଚାଳନା କମିଟି ସଦସ୍ୟା ବିକାଶ ଭବାନୀପାଟଣା, ଡ.ସୁଦୀପ୍ତ କୁମାର ଜେନା, ବିକାଶ ଆଇଟି ଓ ମେନେଜମେଣ୍ଟ ମହାବିଦ୍ୟାଳୟର ଅଧ୍ୟକ୍ଷ, ଡ଼.ଆଦିତ୍ୟ କୁମାର ପଟନାୟକ, ବିଜ୍ଞାନ ବିଭାଗର ଅଧ୍ୟକ୍ଷ, ଶ୍ରୀମତୀ କେ.ଜୟଶ୍ରୀ, ନରସିଂ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟା, ଶ୍ରୀ ଯୁବରାଜ ନାୟକ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅନ୍ୟାନ୍ୟ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ସହରର ପ୍ରମୁଖ ସ୍ଥାନକୁ ପରିକ୍ରମା କରି ମତଦାନ ସମ୍ବନ୍ଧୀୟ ସଚେତନତା ଆଣିଥିଲେ | ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଅଭିନୀତ ଓ ନିର୍ଦେଶିତା ଏକ ମତଦାନ ସମ୍ବନ୍ଧୀୟ ଅଡିଓ ଓ ଭିଡ଼ିଓ କ୍ଲିପ ଉଦ୍ଘାଟିତ ହୋଇଥିଲା |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories