Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ଓ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା । ଶାନ୍ତିପୂର୍ଣ୍ଣ ଭାବେ ସାଧାରଣ ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ।

କଳାହାଣ୍ଡି:ତା ୨୮ ୦୪
କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ପ୍ରସ୍ତୁତି ଓ ପଦକ୍ଷେପ ଓଡ଼ିଶା ପାଇଁ ନିଯୁକ୍ତ ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ସମୀକ୍ଷା କରିଛନ୍ତି।ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଓଡିଶା ପାଇଁ ନିଯୁକ୍ତ ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଯୋଗେନ୍ଦ୍ର ତ୍ରିପାଠୀ, (ଅବସରପ୍ରାପ୍ତ ଆଇ ଏ ଏସ), ସ୍ବତନ୍ତ୍ର ପୋଲିସ ପର୍ଯ୍ୟବେକ୍ଷକ ରଜନୀକାନ୍ତ ମିଶ୍ର( ଅବସରପ୍ରାପ୍ତ ଆଇ ପି ଏସ) ଏବଂ ସ୍ବତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ହିମାଲିନି କାଶ୍ୟପ (ଅବସରପ୍ରାପ୍ତ ଆଇ ଏ ଏସ) ସାମୁହିକ ଭାବେ ଅଧ୍ୟକ୍ଷତା କରିଥିଲେ।ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ନିର୍ବାଚନ ପ୍ରସ୍ତୁତି ସମ୍ବଧିୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଶା ପାଇଁ ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ବିଶେଷ କରି ମତଦାନ ନିମନ୍ତେ ଭୋଟର୍ ଙ୍କ ସୁବିଧା, ବୁଥ ଗୁଡ଼ିକର ସ୍ଥାନ ଓ ସ୍ଥିତି, ଇ ଭି ଏମ ପ୍ରସ୍ତୁତି,ପୋଲିଂ ଅଧିକାରୀ,ସେକ୍ଟର ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକ ଙ୍କ ପ୍ରଶିକ୍ଷଣ,ନିର୍ବାଚନ ଖର୍ଚ୍ଚ ପରିଚାଳନା,ସି ଭିଜିଲ ରିପୋର୍ଟ, ଏମ ସି ଏମ ସି ରିପୋର୍ଟ,ପୋଷ୍ଟଲ ବାଲାଟ , ହୋମ ଭୋଟିଂ, ସମ୍ବେଦନଶିଲ ବୁଥ,ପୋଲିସ ମୁତୟନ, ଆବଶ୍ୟକ ପୋଲିସ ଫୋର୍ସ,ଫ୍ଲାଇଙ୍ଗ ସ୍କୁଆଡ, ଏସ ଏସ ଟି,ପୋଲିସ ଟିମ୍ ଓ ଅବକାରୀ ବିଭାଗ ଦ୍ବାରା ବେଆଇନ ନିଶାଦ୍ରବ୍ୟ,ଟଙ୍କା ଜବତ ଉପରେ ସମୀକ୍ଷା କରିଥିଲେ।ସାଧାରଣ ପର୍ଯ୍ୟବେକ୍ଷକ ଅଶୋକ ଚୌଧୁରୀ , ସାଧାରଣ ପର୍ଯ୍ୟବେକ୍ଷକ ସୁଦେସ କୁମାର ମୋକ୍ତା ଙ୍କ ସହ ବୈଠକରେ ୧୧ କଳାହାଣ୍ଡି ପି ସି ଖର୍ଚ୍ଚ ପର୍ଯ୍ୟବେକ୍ଷକ ବୈଭବ ସିଂ ଚୌହାନ, ଲାଞ୍ଜିଗଡ଼,ଭବାନୀପାଟଣା ଓ ନର୍ଲା ଏ ସି ଖର୍ଚ୍ଚ ପର୍ଯ୍ୟବେକ୍ଷକ କେ ସୁରଜିତ, ଜୁନାଗଡ଼ ଓ ଧର୍ମଗଡ ଏ ସି ଖର୍ଚ୍ଚ ପର୍ଯ୍ୟବେକ୍ଷକ ମନିଶଙ୍କର ବର୍ଦୋଲୋଇ ,୧୧ କଳାହାଣ୍ଡି ପି ସି ପୋଲିସ୍ ପର୍ଯ୍ୟବେକ୍ଷକ ୱାସିମ୍ ଆକ୍ରମ ଙ୍କ ସହ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର,ତନ୍ମୟ କୁମାର ଦର୍ୱାନ , ସି ଡି ଓ, ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ,ଉପ ଜିଲ୍ଲାପାଳ ଧର୍ମଗଡ ଧିମନ ଚକମା, ଉପ ଜିଲ୍ଲାପାଳ ଭବାନୀପାଟଣା ବିଶ୍ୱଜିତ ଦାଶ,ସମସ୍ତ ଆର୍ ଓ, ଏ ଆର୍ ଓ, ବିଭିନ୍ନ ଟିମ୍ ର ନୋଡାଲ ଅଧିକାରୀ ନିର୍ବାଚନ ସଂଯୁକ୍ତ ଅଧିକାରୀ,ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ