ଆସନ୍ତା ମଇ ୫ ତାରିଖରେ ୱେବିକ ୟୁନିଭର୍ସିଟି, ଘାନା ତରଫରୁ ଅନ୍ତର୍ଜାତୀକ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କୁ ମିଳିବ ସମ୍ମାନ ଜନକ ଡକ୍ଟୋରେଟ ଉପାଧି l ଲତା ଫାଉଣ୍ଡେସନ ତରଫରୁ ନୁଆଁ ଦିଲ୍ଲୀ ସ୍ଥିତ କନଷ୍ଟୀଚ୍ୟୁସନାଲ କ୍ଲବ ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୱେବିକ ୟୁନିଭର୍ସିଟିର କୁଳପତି ଡ଼ଃ ଫେଲିକ୍ସ ଅଫୋସୁ ଡ଼ଜନ ନିଜ ହାତରେ ଏହି ସମ୍ମାନ ପ୍ରଦାନ କରିବେ l ଶ୍ରୀ ସାହୁ ଜୟପୁର ସ୍ଥିତ ଶ୍ରୀ ବିକ୍ରମ ଦେବ ଚାରୁ ଓ କାରୁ କଳା ବିଦ୍ୟାଳୟ ରୁ ଚିତ୍ର କଳାରେ ଯୁକ୍ତ ଦୁଇ, ଖଲ୍ଲିକୋଟ ସ୍ଥିତ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ ଭିଜୁଆଲ ଆର୍ଟ ସମାପ୍ତି ପରେ ଶିକ୍ଷକ ତାଲିମ ଗ୍ରହଣ କରି ବର୍ତ୍ତମାନ ବଲାଙ୍ଗିର ଜିଲ୍ଲାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରତାପପୁର ଠାରେ କାର୍ଯ୍ୟରତ ଅଛନ୍ତି l ତାଙ୍କ ଦ୍ୱାରା ନିର୍ମିତ ବାଲୁକା କଳା “ଇଣ୍ଡିଆନ ହେରି୍ଟେଜ ଏଣ୍ଡ କଲଚର ” ୨୦୨୦ “ବାର୍ଥ ଆନିଭର୍ସରୀ ଅଫ ନେତାଜୀ-୨୦୨୩” ଓ “ଓଡିଶାର ସଂସ୍କୃତି ଓ ଐତିହ୍ୟ -୨୦୨୪” ବିଶ୍ୱ ରେକର୍ଡ ହାସଲ କରିଛି l ,ତାଙ୍କ ଘର କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଞ୍ଚାୟତ ର ଡଙ୍ଗରମୁଣ୍ଡା ଠାରେ।