Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ରେ ବ୍ୟାପକ କ୍ଷୟକ୍ଷତି।

କୋକସରା:୨୯/୦୪
ପ୍ରବଳ ରୌଦ୍ର ତାପ ରେ ଜନ ଜୀବନ ଛଟପଟ ହେଉଥିବା ବେଳେ ସୋମବାର ଅପରାହ୍ନ ରେ କାଳବୈଶାଖୀ ପ୍ରଭାବ ରେ ବର୍ଷା ଖରା ରୁ ଆସ୍ୱସ୍ତି ଦେଇଥିବା ବେଳେ ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବ ରେ କୋକସରା ବ୍ଲକ ର ଅନେକ ସ୍ଥାନ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ମଧ୍ୟ ସୂଚନା ମିଳିଛି। ଅପରାହ୍ନ ରେ କାଳବୈଶାଖୀ ପ୍ରଭାବ ରେ ପ୍ରବଳ ଝଡ଼ ତୋଫାନ ସହ ଘଡଘଡି ତୁହାକୁତୁହା ବର୍ଷା ହୋଇଛି। ଝଡତୋଫାନ କାରଣରୁ ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ, ରାସ୍ତା କଡ ର ହୋଡିଂ,ବଡ଼ ବଡ଼ ଗଛ ଭାଙ୍ଗି ପଡିଛି। ମୂଷାପାଲି ପଞ୍ଚାୟତ ଅନ୍ତର୍ଗତ ଗହନାମୁଣ୍ଡା ହରିଜନ ପଡା ର ମୁକେଶ ନାଗ ଙ୍କ ଘରେ ଏକ ବଡ଼ ଗଛ ପଡିଯିବାରୁ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେହି ସମୟରେ ଘରେ ୮ ଜଣ ସଦସ୍ୟ ଅଳ୍ପକେ ରକ୍ଷା ପାଇଛନ୍ତି। ଖବର ପାଇ କୋକସରା ଦମକଳ କର୍ମଚାରୀ ମାନେ ପହଞ୍ଚି ଗଛ କୁ କାଟିବା ପରେ ପରିବାର ଙ୍କୁ ଉଦ୍ଧାର କରିଥିଲେ। କୋକସରା ରୁ ଛିଲିପା ମାଲ ମଧ୍ୟରେ ଅନେକ ଗଛ ଉପୁଡି ପଡିଥିବା ଦେଖିବାକୁ ମିଳିଛି। ଝଡତୋଫାନ ଯୋଗୁଁ କୋକସରା ବ୍ଲକ ଅଞ୍ଚଳ ରେ ବିଦ୍ୟୁତ ସରାବରାହ ମଧ୍ୟ ଠପ ହୋଇ ପଡିଛି । ଅନପଟେ ପ୍ରବଳ ବେଗରେ ପବନ ହେବାରୁ ଚାଷି ଙ୍କ ଅମଲକ୍ଷମ ଧାନ ସବୁ ବିଲ ରେ ପାଣି ଲୋଟି ପଡିଛି,ଫଳରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ