Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତ ଛାଡି ଶଙ୍ଖ ଫୁଙ୍କିଲେ ଶତାଧିକ କଂଗ୍ରେସ କର୍ମୀ ।

କୋକସରା ୨୯/୦୪
ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ଏବେ ଘଡିକୁ ଘୋଡା ଛୁଟୁଛି।ତିନି ପ୍ରମୁଖ ଦଳ ର ନିଜ ମାରାଥନ ପ୍ରଚାର କୁ ଜୋରଦାର କରିଛି।ଅନ୍ୟପଟେ କର୍ମୀ ଙ୍କ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ଗତମୁଣ୍ଡା ଠାରେ ବିଜେଡିର ନିର୍ବାଚନ ସଭାରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ଥିବା ଜଣାପଡିଛି।ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ଆଗ ଧାଡି କର୍ମୀ ମାନେ ଦଳ ଛାଡି ବିଜେଡି ରେ ଯୋଗ ଦେବା କଂଗ୍ରେସ ପାଇଁ ଶକ୍ତ ଧକ୍କା ଲାଗିଛି।ଇତି ପୂର୍ବରୁ କଂଗ୍ରେସ ର ପ୍ରଥମ ପର୍ଯ୍ୟାୟ ରେ ଓବିସି ନେତା ଡାକେଶ୍ୱର ଲହଜଳ ସମେତ ପ୍ରମୋଦ ହଂସ,ଅଜୟ ପୁଝାରି,କ୍ଷେତ୍ରବନ୍ତ ସତନାମୀ,ମମତା ଗୋପାଳ,ଜଗନ୍ନାଥ ସତନାମୀ , ପୂର୍ଣ୍ଣମୀ ମାଝୀ ପ୍ରମୁଖ ଦଳ ଛାଡି ଥିବା ବେଳେ ଦ୍ଵିତୀୟ ପଯ୍ୟାୟ ରେ ରାଜେନ୍ଦ୍ର ନାଏକ, ରତନ ନାଏକ, ମନ୍ମଥ ମାଝୀ,ଗଣେଶ ଭାଟି, ଖୀରମୋହନ ପଟେଲ ଓ ରଜନୀ ସରାଫ ପ୍ରମୁଖ କଂଗ୍ରେସ ଛାଡି ବିଜେଡି ହାତ ଧରିଛନ୍ତି। ଗୋତମୁଣ୍ଡା ଠାରେ ଭି କେ ପାଣ୍ଡିଆନ ଙ୍କ ନିର୍ବାଚନ ସଭାରେ ଶତାଧିକ କଂଗ୍ରେସ କର୍ମୀ ବିଜେଡି ଦଳ ରେ ସାମିଲ ହୋଇଛନ୍ତି। ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ ପାଢ଼ୀ, ପୂର୍ବତନ ଜିଲ୍ଲା ଉପସଭାପତି ଖଗେଶ୍ୱର ନାଏକ ,ଧର୍ମଗଡ ନଗର ସଭାପତି ଦୁଃଖ କାଣ୍ଡ,ପୂର୍ବତନ ନଗର ଅଧ୍ୟକ୍ଷ ଅକ୍ଷୟ ନାଏକ , ବ୍ରାହ୍ମଣଛେଣ୍ଡିଆ ସରପଞ୍ଚ ମନୋଜ ନାଏକ,ଗଡ଼ିଆଯୋର ସରପଞ୍ଚ ଉଦିତ ନାଏକ ,ମୁକେଶ ଲହଜଳ ସମେତ ୨ଶହରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି।ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଡାକେଶ୍ୱର ଲହଜଳ ପ୍ରମୁଖ କର୍ମି ଙ୍କୁ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ର୍ତ୍ତମାନ ନିର୍ବାଚନ ମାହଲ ଥିବା ବେଳେ କଂଗ୍ରେସ ରୁ ଜଣେ ପରେ ଜଣେ ଦଳ ଛାଡିବା କଂଗ୍ରେସ ପାଇଁ ମହଙ୍ଗା ପଡିବା ସମ୍ଭାବନା ଅଧିକ ଥିବା ନେଇ ଅଞ୍ଚଳ ରେ ଚର୍ଚ୍ଚା ହେଉଛି।।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ