Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛତ୍ରପୁର ନୂଆପଡ଼ା ପୋଖରୀ ହୁଡ଼ା ଡୁମେର ଗଛରୁ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର, ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି:୨୯/୦୪
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ନିକଟସ୍ଥ ଛତ୍ରପୁର ନୁଆପଡ଼ା ପୋଖରୀ ହୁଡାରେ ଥିବା ଡୁମେର ଗଛରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ର ପରିଚୟ ମିଳିନଥିବା ପୋଲିସ ସୂଚନା ଦେଇଛି। ସୋମବାର ଅପରାହ୍ନ ୨ ଟା ସମୟରେ ଏକ ଗଛରେ ତାଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି। ତେବେ ମୃତ୍ୟୁ ର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବା ବେଳେ ବ୍ୟକ୍ତି ଜଣକ ବେକରେ ରଶି ଲଗେଇ ଆତ୍ମ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।କୌଣସି ସୂତ୍ରରୁ ଖବର ପାଇ ଦଶପୁର ଫାଣ୍ଡି ଅଧିକାରୀ ସନ୍ତୋଷ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଥିଲେ । ଏବଂ ଧର୍ମଗଡ ଉପଖଣ୍ଡ ଡାକ୍ତରୀ ଦଳ ଯାଇ ସେଠାରେ ବ୍ୟବଚ୍ଛେଦ କରିଥିଲେ। ଏ ନେଇ ଗୋଲାମୁଣ୍ଡା ଥାନା ରେ ୪/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ