Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂଗ୍ରେସ ପ୍ରାର୍ଥନି ରଶ୍ମିରେଖା ଙ୍କୁ ଲଡୁଗାଁ ରେ ପ୍ରବଳ ଜନ ସମର୍ଥନ।

କଳାହାଣ୍ଡି:୨୯/୦୪
ମେ ୧୩ ରେ ଲୋକସଭା ଓ ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ର ଦଲୀୟ ପ୍ରାର୍ଥୀନି ରଶ୍ମିରେଖା ରାଉତ ଙ୍କୁ ପ୍ରାର୍ଥୀ କରିଛି । ମତଦାନ କୁ ମାତ୍ର ହାତ ଗଣତି ଦିନ ଵାକି ରହିଥିବା ବେଳେ ପ୍ରତିଦିନ ମାରାଥନ ପ୍ରଚାର ରେ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି କଂଗ୍ରେସ ପ୍ରାର୍ଥୀନି ରଶ୍ମିରେଖା। ଆଜି କୋକସରା ବ୍ଲକ ର ଲଡୁଗାଁ ପଞ୍ଚାୟତ ଲଡୁଗାଁ ସହର ରେ ରଶ୍ମିରେଖା ନିଜର ଶତାଧିକ ମହିଳା, ପୁରୁଷ, ଯୁବକ,ଯୁବତୀ ସମର୍ଥକ ଙ୍କ ଗହଣରେ ପଡା ପଡା ବୁଲି ନିର୍ବାଚନି କେମ୍ପେନିଂ କରିବା ସମୟରେ ତାଙ୍କୁ ଅନେକ ସ୍ଥାନରେ ଜନ ସାଧାରଣ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି। ଜଣେ ସ୍ଥାନୀୟ ପ୍ରାର୍ଥୀନି ଓ କୋକସରା ବ୍ଲକ ର ବୋହୁ ହିସାବ ରେ ତାଙ୍କୁ ଲୋକଙ୍କ ହୃଦୟ ରୁ ସମର୍ଥନ ମିଳୁଛି ଓ ସେ ବିଜୟୀ ହେବା ନେଇ ମଧ୍ୟ ଆଶାବାଦୀ ଅଛନ୍ତି। କଂଗ୍ରେସ ସରକାର ଆସିଲେ ଦଳ ପକ୍ଷରୁ ଘୋଷଣା କରିଥିବା ୯ ଗ୍ୟାରେଣ୍ଟି ର ଲାଭ ଜନ ସାଧାରଣ ପାଇ ପାରିବେ,ଏଣୁ କଂଗ୍ରେସ ହିଁ ଲୋକଙ୍କ ସରକାର ବୋଳି କହି ଭୋଟ ଭିକ୍ଷା କରିଛନ୍ତି । ବିଧାୟିକା ପ୍ରାର୍ଥୀନି ରଶ୍ମିରେଖା ଙ୍କ ସହ ଦଲୀୟ କର୍ମକର୍ତ୍ତା ମାନେ ରହି କଂଗ୍ରେସ ସପକ୍ଷରେ ମତଦାନ କରିବାକୁ ଅନୁରୋଧ କରିଛନ୍ତି।