Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ।

କଳାହାଣ୍ଡି:୨୯/୦୪
ସୋମବାର ଦିନ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ୨୩ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଡ଼ ଡୁଲୁ ପଟ୍ଟନାୟକ ଅଧ୍ୟକ୍ଷ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ , କଳାହାଣ୍ଡି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଶ୍ରୀ ଡି. ନାଗେଶ୍ଵର ରାଓ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର , ଓଡ଼ିଶା , ଶ୍ରୀ ଡି.ଶ୍ୟାମ ନିର୍ଦ୍ଦେଶକ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ଭବାନୀପାଟଣା, ଅନ୍ୟତମ ନିର୍ଦ୍ଦେଶକ ଶ୍ରୀ ଡି.ରାମ କୁମାର, ଏକାଡେମିକ ଇନ୍ ଚାର୍ଜ ଶ୍ରୀମତୀ ଡି.ବିଜୟା , ପରିଚାଳନା କମିଟି ସଦସ୍ୟା ଶ୍ରୀମତୀ ଡି. ପଦ୍ମିନୀ , ଡ଼ ସୁଦୀପ୍ତ କୁମାର ଜେନା ଅଧ୍ୟକ୍ଷ ବିବିଏ ବିସିଏ, ଡ଼ ଆଦିତ୍ୟ ପଟ୍ଟନାୟକ ଅଧ୍ୟକ୍ଷ ବିକାଶ ଡିଗ୍ରୀ ମହା ବିଦ୍ୟାଳୟ, କେ. ଜୟଶ୍ରୀ ଅଧ୍ୟକ୍ଷା ବିକାଶ ନର୍ସିଂ କଲେଜ, ଶ୍ରୀଯୁକ୍ତ ଯୁବରାଜ ନାୟକ ଅଧ୍ୟକ୍ଷ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୁଶ୍ରୀ ଆରତୀ ମିଶ୍ର ଅଧ୍ୟକ୍ଷା ବିକାଶ ଆବାସିକ ବିଦ୍ୟାଳୟ , ଶ୍ରୀଯୁକ୍ତ ଗୋପାଳ ସାବତ ଏଡିମୀଷ୍ଟେଟିଭ ଅଫିସର, ଜୟପୁର ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି. ନାଗେଶ୍ଵର ରାଓଙ୍କ ଦ୍ବାରା ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ର ନୂତନ ଲୋଗୋ ଓ ୱେବ୍ ସାଇଟ ର ଶୁଭ ଉନ୍ମୋଚନ କରାଯାଇ ଥିଲା । ଅତିଥି ଗଣ ନିଜ ବକ୍ତବ୍ୟରେ ବିଗତ ୨୩ ବର୍ଷର ବିକାଶର ଯାତ୍ରା ସମ୍ପର୍କରେ ନିଜ ଅନୁଭୂତି ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ନିଜର କାର୍ଯ୍ୟଦକ୍ଷତା ଓ କର୍ମ ନିଷ୍ଠା ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ପଦୋନ୍ନତି ଏବଂ ଉପହାର ପ୍ରଦାନ କରାଯାଇଥିଲା । ପରେ ପରେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରହିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ