Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ରେ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଙ୍କ ପାଇଁ ପ୍ରଚାର ର ମଙ୍ଗ ଧରିଛନ୍ତି ରାଜୀବ ଅଗ୍ରୱାଲ।

କୋକସରା୦୧/୦୫
ନିର୍ବାଚନ ପାଇଁ ହାତ ଗଣତି ଦିନ ବାକି ରହିଥିବା ବେଳେ ଦଲୀୟ ପ୍ରାର୍ଥୀ ଓ ସମର୍ଥକ ମାନେ ୪୪ ଡିଗ୍ରୀ ଖରା କୁ ମଧ୍ୟ ଖାତିର ନକରି ପ୍ରଚାର ମୈଦାନ ରେ ଗାଁ ଗାଁ ରେ ପ୍ରଚାର ଜୋରଦାର କରିଛନ୍ତି। କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ଚଳିତ ବିଧାନସଭା ନିର୍ବାଚନ ରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ତ୍ରିମୁଖୀ ଲଢେଇ ହେବା ନେଇ ରାଜନୀତି ସମୀକ୍ଷକ ମାନେ ମତ ପ୍ରକାଶ କରୁଥିବା ବେଳେ ବିଜୁ ଜନତା ଦଳ ର ବିଧାୟକ ପ୍ରାର୍ଥୀ ହେଭିୱେଟ ତଥା ଭେଟେରାନ ନେତା ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ପାଇଁ କୋକସରା ବ୍ଲକ ରେ ପ୍ରଚାର ର ମଙ୍ଗ ଧରିଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ। ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ନେତୃତ୍ୱରେ ରାଜୀବ ଅଗ୍ରୱାଲ ବ୍ଲକ ଅଧ୍ୟକ୍ଷା ରହିଥିବା ପତ୍ନୀ ରିତା ଅଗ୍ରୱାଲ ଗତ ମାର୍ଚ୍ଚ ମାସ ରେ କୋକସରା ବ୍ଲକ ର ୨୨ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ଓ ନିଜର ସମର୍ଥକ ଙ୍କ ସହ ଭୁବନେଶ୍ୱର ଶଙ୍ଖ ଭବନ ରେ ବିଜେଡି ଦଳ ରେ ସାମିଲ ହୋଇଥିଲେ। କୋକସରା ବ୍ଲକ ରେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ବିଗତ ୨ବର୍ଷ ମଧ୍ୟରେ ଲୋକଙ୍କ ସହ ଜନ ସମ୍ପର୍କ ସୁଦୃଢ଼ କରି ନିଜର ଏକ ପରିଚୟ ସୃଷ୍ଟି କରିଥିବା ବେଳେ ତାଙ୍କ ପ୍ରତି ଲୋକଙ୍କ ଜନ ସମର୍ଥନ ରହିଛି।ଯାହାକୁ ନେଇ ବିଜେଡି ରେ ସାମିଲ ହେବାପରେ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ପାଇଁ ଦିନରାତି ଜନ ସମର୍ଥନ ଜୁଟାଇବାରେ ଲାଗି ପଡିଛନ୍ତି। ଚଳିତ ବିଧାନସଭା ନିର୍ବାଚନ ରେ କୋକସରା ବ୍ଲକ ରେ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ଙ୍କ ପାଇଁ ଢାଲ ସାଜି ସାରଥୀ ଭାବେ ପୁଷ୍ପେନ୍ଦ୍ର ଙ୍କ ସହ ୨୨ ପଞ୍ଚାୟତ ରେ ପ୍ରଚାର ର ମଙ୍ଗ ଧରିଛନ୍ତି। ପୁଷ୍ପେନ୍ଦ୍ର ଙ୍କୁ ଭୋଟ ଚମ୍ପିୟାନ କରିବା ପାଇଁ ଦିନରାତି ଏକ କରି ୨୨ ପଞ୍ଚାୟତ ରେ ପହଞ୍ଚି ଜନ ପ୍ରତିନିଧି ଓ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ରାଜ୍ୟ ବିଜେଡି ସରକାର ଙ୍କ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ରହିଥିବା ଲୋକାଭିମୁଖୀ ଯୋଜନା ଓ ଗାଁ ଗାଁ ରେ ହୋଇଥିବା ରୂପାନ୍ତରିତ ବିକାଶ ଓ ବିଜେଡି ସରକାର ଆସିଲେ ପୁଣି ଆମ ବ୍ଲକ ରେ ବିକାଶ ସୋପାନ ଛୁଇଁବ, ଏଥିପାଇଁ ବିଧାୟକ ପ୍ରାର୍ଥୀ ଙ୍କୁ ପୁଣି ଥରେ ଆଶ୍ରିବାଦ କରିବାକୁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ