ବିଜେପି ପ୍ରଚାର ପାଇଁ କଳାହାଣ୍ଡି ରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ।


କଳାହାଣ୍ଡି:୦୧/୦୪
କଳାହାଣ୍ଡି ରେ ଆଜିଠାରୁ ବିଜେପି ର ହାଇଟେକ୍ ପ୍ରଚାର ।ଜୁନାଗଡ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକ ର ଉଦେଶୄଙ୍ଗ ଠାରେ ଆଜି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା କେଶରୀ ଦେଓ ଏବଂ ବିଧାୟକ ପ୍ରାର୍ଥୀ ମନୋଜ ମେହେର ଙ୍କ ପାଇଁ ଭୋଟଭିକ୍ଷା କରିଛନ୍ତି । ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ହେଲିକ୍ୟାପ୍ଟର ଯୋଗେ ପହଞ୍ଚିବା ପରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କ ନେତୄତ୍ବରେ ଅନୁଷ୍ଠିତ ଏକ ବିଶାଳ ମିଶ୍ରଣ ପର୍ବ ରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବ୍ଲକରୁ ଶହଶହ ବିଜେଡି ଓ କଂଗ୍ରେସ କର୍ମୀ ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିଲେ । ବିଜେଡି ଓ କଂଗ୍ରେସ ଉପରେ ବର୍ଷିବା ସହ ପାଣ୍ଡିଆନ ଙ୍କ ଯୋଗୁଁ ଓଡିଆ ଅସ୍ସୀତା ଉପରେ ସେ ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ଭୁପିନ୍ଦ୍ର ଯାଦବ ।ଗୋଲାମୁଣ୍ଡା ବ୍ଲକ ଡଙ୍ଗରିଗୁଡା ଗାଁର ଜଣେ ଦଳିତ ପରିବାର ଗଗନେ ମହାନନ୍ଦ ର ପ୍ରଧାନମନ୍ତ୍ରୀ ଆବାସ ଘର ରେ ଭୋଜନ କରିଥିଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ।।