Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷକ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା।

କୋକସରା:୦୨/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଶିକ୍ଷା ବିଭାଗ ଅନ୍ତର୍ଗତ ଗହନାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟବାନ ପାଣିଗ୍ରାହୀ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ପାଣିଗ୍ରାହୀ ଜଣେ ମେଳାପୀ,ମିଷ୍ଟଭାଷୀ ଓ କର୍ତ୍ତବ୍ୟରତ ଶିକ୍ଷକତା ସହ ଦୀର୍ଘ ୨୦ ବର୍ଷ ଧରି ଏନପିଏସ ଜିଲ୍ଲା ସଭାପତି ରୂପେ ତାଙ୍କ ଦାୟିତ୍ବ ସୁଚାରୁ ରୂପେ ନିର୍ବାହ କରିଛନ୍ତି। ଏହାସହ ରାଜ୍ୟ ଶିକ୍ଷକ ସଂଘ ର ସାଂଗଠନିକ ସମ୍ପାଦକ ରୁପେ ଦାୟିତ୍ବ ରେ ରହି ଅନେକ ସମୟରେ ଶିକ୍ଷକ ଙ୍କ ଦାବି ଓ ହକ ପାଇଁ ନେତୃତ୍ୱ ନେଇ ଅନେକ ଆନ୍ଦୋଳନ ଓ ଧାରଣା ରେ ସାମିଲ ହୋଇ ସଙ୍ଘ ପାଇଁ କାର୍ଯ୍ୟ କରିଥିଲେ। ଗହନାମୁଣ୍ଡା ୟୁପି ସ୍କୁଲ ରେ ଅନୁଷ୍ଠିତ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ରାଜ୍ୟ ଓପୋଟା ସମ୍ପାଦକ ବଙ୍କିମ ସାଗର,ଜିଲ୍ଲା ସଭାପତି ପ୍ରଫୁଲ୍ଲ ଠାକୁର, ଜିଲ୍ଲା ସମ୍ପାଦକ ବୈକୁଣ୍ଠ ଜାଲ, ବିଆରସିସି ତୋଫାନ ମାଝୀ,ବରିଷ୍ଠ ଶିକ୍ଷକ ଦିଗାମ୍ବର ଦଲପତି, ଗଗନ ବିହାରୀ ପଟ୍ଟନାୟକ,ଯୋଗେଶ୍ବରସାଗର,ଦେବିସିଂ ମାଝୀ,ପଞ୍ଚାନନ ମାଝୀ,ତ୍ରିନାଥ ନାଗ,ଅଜିତ ପ୍ରଧାନ,ସିଆରସି ଗୋବର୍ଦ୍ଧନ ବେମାଲ,ରତ୍ନାକର ବେମାଲ, ମହମ୍ମଦ ଜାକିର, ଅକ୍ଷୟ କୁମାର ରଥ, ଗଣେଶ୍ୱର ରଣା, ଶିବ ସୁନାନୀ, ଅମିତ ଜାଲ, ଯଶୋବନ୍ତ ରାଉତ,ମନୋଜ ପଣ୍ଡା, ପ୍ରମୁଖ ଯୋଗଦାନ କରି ଶିକ୍ଷକ ଙ୍କ ଅବସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଳି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ କୁ ଈଶ୍ବରୀ ପ୍ରସାଦ ଅଗସ୍ତି ସଂଯୋଜନା କରିଥିଲେ। ସଭାରେ ଶତାଧିକ ଶିକ୍ଷକ ଶ୍ରୀ ପାଣିଗ୍ରହୀ ଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ତାଙ୍କୁ ବିଦାୟ ପୂର୍ବକ ତାଙ୍କ ବାସଭବନ ରେ ନେଇ ଛାଡିବା ସହ ତାଙ୍କ ଅବସର କାଳୀନ ଜୀବନ ସୁଖମୟ ହେଉ ବୋଲି ମତ ରଖିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ