Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ରେ ବଳ ଗୋଟାଉଛି ବିଜେଡି,ବିଜେଡି ରେ ଯୋଗଦେଲେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବୀନ୍ଦ୍ର ପଟ୍ଟଯୋଶୀ ଓ ସମର୍ଥକ।

କୋକସରା:୦୪/୦୫
ନିର୍ବାଚନ ପୂର୍ବରୁ ଦଳ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଅନେକ ଛାମୁଆ ନେତା ଦଳଡିଆ ମାରୁଥିବା ବେଳେ ଆଜି କଳାହାଣ୍ଡି ଜିଲ୍ଲାର ଜଣେ ଛାମୁଆ ନେତା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମଗଡ ବ୍ଲକ ରବୀନ୍ଦ୍ର ପଟ୍ଟଯୋଶୀ ବିଜେପି ଛାଡି ଭୁବନେଶ୍ୱର ଶଙ୍ଖ ଭବନ ରେ ବିଜେଡି ଦଳ ରେ ନିଜର ସମର୍ଥକ ଙ୍କ ଯୋଗ ଦେଇଛନ୍ତି। ରବୀନ୍ଦ୍ର ପଟ୍ଟଯୋଶୀ କିଛିମାସ ତଳେ କଂଗ୍ରେସ ଦଳ ଛାଡି ନିର୍ବାଚନ ପୂର୍ବରୁ ବିଜେପି ରେ ସାମିଲ ହୋଇଥିଲେ ଓ ଦଲୀୟ ଟିକେଟ ରେଶ ରେ ଦାବେଦାର ରହିଥିଲେ। ତେବେ ବିଜେପି ଦଳ ରବୀନ୍ଦ୍ର ପାଟଯୋଶୀ ଙ୍କ ଭାଇ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ଦେଇଥିଲେ। ଦଲୀୟ ଟିକେଟ ରେଶ ରୁ ବାଦ ପଡିବା ପରେ ଦଳ ତାଙ୍କୁ ଅଣଦେଖା କରିଥିବା ପ୍ରତିବାଦ ରେ ଦଳ ଛାଡି ଆଜି ସେ ବିଜେଡି ଦଳ ରେ ସାମିଲ ହୋଇଥିବା ଜଣାପଡିଛି। ତାଙ୍କ ସହ ପୂର୍ବତନ ସମିତି ସଭ୍ୟ ଖଇର ପଦର ପଞ୍ଚାୟତ ବିଷ୍ଣୁ ପ୍ରସାଦ ଭାଇସାଲ, ଖୁଶିରାମ ରାଉତ, ପ୍ରମୋଦ ପଣ୍ଡା, କ୍ଷୀରସିନ୍ଧୁ ପ୍ରଧାନୀ ପ୍ରମୁଖ ସମର୍ଥକ ମଧ୍ୟ ବିଜେଡ଼ି ଦଳ ରେ ଯୋଗ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ