ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ସ୍ୱାଧୀନ ପ୍ରାର୍ଥୀନି ହେମାଙ୍ଗିନୀ ହଂସ ଙ୍କ ପ୍ରଚାର।


କୋକସରା:୦୫/୦୫
ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ସ୍ୱାଧୀନ ପ୍ରାର୍ଥୀନି ହେମାଙ୍ଗିନୀ ହଂସ ପ୍ରଚାର ଜୋରଦାର କରିଛନ୍ତି। ଦଳ କୁ ନୁହେଁ ବ୍ୟକ୍ତିତ୍ୱ ନେଇ ଓ ୩ ପ୍ରମୁଖ ଦଳ ର ପ୍ରଲୋଭନ ରେ ନପଡ଼ି ନିଜ ଗାଁ ମାଟି ର ଜଣେ ମହିଳା ଙ୍କୁ କୁ ଭୋଟ ଦେବାକୁ ସେ ଭୋଟର ଙ୍କୁ କହୁଛନ୍ତି। ହେମାଙ୍ଗିନୀ ହଂସ ଜଣେ ଉଚ୍ଚ ଶିକ୍ଷିତା ଓ ପୂର୍ବରୁ ବିଜେପି ଦଳ ର ଜଣେ ଆଗ ଧାଡି ର ନାରିନେତ୍ରୀ ରହିଥିଲେ ଓ ଜିଲ୍ଲା ପରିଷଦ ସଭ୍ୟା ରହିଥିଲେ,ତେବେ ଦଳ ପକ୍ଷରୁ ତାଙ୍କୁ ଟିକେଟ ନମିଳିବା ଓ ଅଣଦେଖା ପ୍ରତିବାଦ କରି ସେ ବିଜେପି ରୁ ଇସ୍ତଫା ଦେଇ ଜଣେ ସ୍ୱାଧୀନ ପ୍ରାର୍ଥୀନି ଭାବେ ନାମାଙ୍କନ କରିଥିଲେ। ରାଜନୀତି ରେ ତାଙ୍କର ଅଭିଜ୍ଞତା ରହିଥିବା ବେଳେ ନିଜ ଅଞ୍ଚଳ ର ଜନ ସାଧାରଣ ଙ୍କ ସେବା ମନୋଭାବ ନେଇ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନ କୁ ଆସିଛନ୍ତି ଓ ଜନତା ଜନାର୍ଦ୍ଦନ ମଧ୍ୟ ନିଜର ସମର୍ଥନ ଓ ସାହସ ଦେଉଛନ୍ତି ସେମାନଙ୍କ ଆଶ୍ରିବାଦ ହେଲେ ମୁଁ ନିଶ୍ଚୟ ଜିତିବି ବୋଳି କହିଛନ୍ତି।ସେ ନିଜର ସମର୍ଥକ ଙ୍କ ସହ ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ଧର୍ମଗଡ, କୋକସରା, କଲମପୁର ଓ ଜୟପାଟଣା ବ୍ଲକ ର ୪ ପଞ୍ଚାୟତ ରେ ପ୍ରଚାର ଜାରି ରଖିଛନ୍ତି।