Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁଣ୍ଟିଆ ଓ ମୋଟେର ପଞ୍ଚାୟତ ରେ ବିଜେଡି କୁ ପ୍ରବଳ ଜନ ସମର୍ଥନ, ଧନ୍ୟବାଦ ଦେଲେ ପୁଷ୍ପେନ୍ଦ୍ର।

କୋକସରା:୦୬/୦୫
ନିର୍ବାଚନ ପାଇଁ ଆଉ ମାତ୍ର କେତେ ଦିନ ବାକି ରହିଥିବା ବେଳେ ଧର୍ମଗଡ ବିଧାନସଭା କ୍ଷେତ୍ରରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଙ୍କ ପ୍ରାଣମୂର୍ଚ୍ଛା ପ୍ରଚାର ଦିନରାତି ଜାରି ରହିଛି। ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ନିଜ ସମର୍ଥକ ଙ୍କ ସହ ପ୍ରଚାର ଜୋରଦାର କରି ଜନ ସମର୍ଥନ ରେ ଲାଗି ପଡିଥିବା ବେଳେ କୋକସରା ବ୍ଲକ ର ଖୁଣ୍ଟିଆ ଓ ମୋଟେର ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ପ୍ରବଳ ଜନ ସମର୍ଥନ ମଧ୍ୟରେ ବିଜେଡି ପ୍ରାର୍ଥୀ ପୁଷ୍ପେନ୍ଦ୍ର ପ୍ରଚାର କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ମଳ ସ୍ୱଚ୍ଛ ଶାସନ ରେ ବିଗତ ବର୍ଷ ରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇ ଚାଲିଛି।ସବୁ ବର୍ଗର ଜନ ସାଧାରଣ ଙ୍କ ପାଇଁ ବିଜେଡି ସରକାର ଯୋଜନା କରିଛନ୍ତି। ନବୀନ ଓଡିଶା ଆମ ଓଡ଼ିଶା ର ଅଧ୍ୟକ୍ଷ ଭିକେ ପାଣ୍ଡିଆନ 5 ଟି ଯୋଜନା ରେ ଓଡିଶା ରେ ଶିକ୍ଷା, ସ୍ୱାସ୍ଥ୍ୟ, ଧର୍ମାନୁଷ୍ଠାନ,ପର୍ଯ୍ୟଟନ ସ୍ଥଳୀ ର ରୂପାନ୍ତରିତ ରୂପରେଖ ଆଜି ଓଡିଶା କୁ ଏକ ବିକଶିତ ରାଜ୍ୟ ର ରୂପ ଦେଇଛି, ଏହି ଧାରା ଆଗକୁ ମଧ୍ୟ ଜାରି ରହିବ ଏଣୁ ନବୀନ ପଟ୍ଟନାୟକ ଙ୍କ ସେନାପତି ମାନଙ୍କୁ ନିର୍ବାଚିତ କରି ପଠାଇବାକୁ ଜନ ସାଧାରଣ ଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଅନୁରୋଧ କରିଛନ୍ତି। ତାଙ୍କ ନିର୍ବାଚନ ପ୍ରଚାର ରେ ବିଜେଡି ର କର୍ମକର୍ତ୍ତା ମାନସ ରଞ୍ଜନ ବାଗ, ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରା, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି,ମୂଷାପାଲି ସମିତି ସଭ୍ୟା ଅଞ୍ଜନା ଦୁର୍ଗା, କାଉଡୋଳା ସମିତି ସଭ୍ୟା ବୈଦେହୀ ବେଶ୍ରା, ଟେମରା ସମିତି ସଭ୍ୟା ଅନୁସୂୟା ମାଝୀ,କାଶିବାହାଲ ସରପଞ୍ଚ ପୁଷ୍ପାଞ୍ଜଳି ନାଏକ,ସମିତି ସଭ୍ୟ ଗଜାନନ ନିଆଲ, ମୋଟେର ସରପଞ୍ଚ ବାସନ୍ତୀ ନାଏକ, ସମିତି ସଭ୍ୟା ଉଆଁସି ପାନ,ବରାଡୋଙ୍ଗା ସମିତି ସଭ୍ୟ ଗୁପ୍ତେଶ୍ଵର ବାଗ,ରେଙ୍ଗାଳପାଲି ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ମୂଷାପାଲି ସରପଞ୍ଚ ଅକ୍ଷୟ ନାଏକ,ପୋଡ଼ାଗୁଡା ସମିତି ସଭ୍ୟ ରାଜୀବ ଖମାରି, ପଞ୍ଚାୟତ ସଭାପତି କୁମୁଦ ଚନ୍ଦ୍ର ବେହେରା ଓ ଶତାଧିକ ଦଲୀୟ କର୍ମକର୍ତ୍ତା ଉପସ୍ଥିତ ରହି ଏମପି ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ