Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଆବାସିକ ବିଦ୍ୟାଳୟରେ ସମର କ୍ୟାମ୍ପ ଉଦଯାପିତ।

କଳାହାଣ୍ଡି:୦୮/୦୫
ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟରେ ସମର କ୍ୟାମ୍ପର ଉଦଯାପନୀ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ସମସ୍ତ ମ୍ୟାନେଜମେଣ୍ଟ ମେମ୍ବର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ ପ୍ରଶିକ୍ଷକ ମାନଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଡ଼. ପଲ୍ଲୀଶ୍ରୀ ପଟ୍ଟନାୟକ ଅଧ୍ୟାପିକା ଓଡ଼ିଆ ବିଭାଗ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ, କଳାହାଣ୍ଡି ଉଦ୍ଘାଟନ କରିଥିଲେ। ଏହି ସମର କ୍ୟାମ୍ପ ୨୮ ଏପ୍ରିଲ ରୁ ଆରମ୍ଭ ହୋଇ ୦୭ ମଇ ୨୦୨୪ ପର୍ଯ୍ୟନ୍ତ ଚାଲିଥିଲା ।ଏହି ସମର କ୍ୟାମ୍ପରେ ଆର୍ଟ ଏଣ୍ଡ କ୍ରାଫ୍ଟ, ମୃଣ୍ମୟ କଳା , ନୃତ୍ୟ , ସଙ୍ଗୀତ, ବାଦ୍ୟ, ଆର୍ଟିଫିସିଆଲ ଇନଟେଲିଜେନ୍ସ , ଗେମ୍ ଏଣ୍ଡ ସ୍ପୋର୍ଟସ ପ୍ରଭୃତି ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିକାଶ ଆବାସିକ ବିଦ୍ୟାଳୟ ସମେତ ଅନ୍ୟାନ୍ୟ ବିଦ୍ୟାଳୟର ପ୍ରାୟ ଦୁଇଶହ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିବା ବିଦ୍ୟାଳୟ ସୂତ୍ରରୁ ପ୍ରକାଶ। ଏହାର ଉଦଯାପନୀ ସନ୍ଧ୍ୟାରେ ଶିକ୍ଷାବିତ ପ୍ରଭାସ ମିଶ୍ରଙ୍କ ସମେତ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ , ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର, ଏକାଡେମୀକ ଇନ ଚାର୍ଜ ଶ୍ରୀମତୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଶ୍ରୀମତୀ ଡି.ପଦ୍ମିନୀ, ଶ୍ରୀଯୁକ୍ତ ଯୁବରାଜ ନାୟକ ଅଧ୍ୟକ୍ଷ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୁଶ୍ରୀ ଆରତୀ ମିଶ୍ର ଅଧ୍ୟକ୍ଷା ବିକାଶ ଆବାସିକ ବିଦ୍ୟାଳୟ ପ୍ରମୁଖ ମଞ୍ଚାସିନ ଥିଲେ । ଛାତ୍ର ଛାତ୍ରୀ ମାନେ ଦୀର୍ଘ ଦଶଦିନ ଧରି ଶିକ୍ଷାଲାଭ କରିଥିବା ବିଭିନ୍ନ କଳାକୁ ଉଦଯାପନୀ ସନ୍ଧ୍ୟାରେ ପରିବେଷଣ କରିଥିଲେ । ଏଥିରେ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ବାହାରୁ ଆସିଥିବା କେତେକ ସୁନାମଧନ୍ୟ ପ୍ରଶିକ୍ଷକ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ