Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଂକ୍ରିଟ ରାସ୍ତା ନିର୍ମାଣ ୬ ମାସ ପରେ …..କଂକ୍ରିଟ ରାସ୍ତା ରେ ଫସିଲା ସାର ବୋଝେଇ ଟ୍ରକ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ପରିସରରେ ନବ ନିର୍ମିତ କଂକ୍ରିଟ ରାସ୍ତା ରେ ଗୁରୁବାର ସକାଳେ ଏକ ସାର ବୋଝେଇ ଟ୍ରକ ଫସିରହିଥିବା ଦେଖିବାକୁ ମିଳିଛି। ଉକ୍ତ କଂକ୍ରିଟ ରାସ୍ତା ଟି ୨୦୨୩-୨୪ ଆର୍ଥିକ ବର୍ଷରେ ଭିତ୍ତିଭୂମି ବିକାଶ ପାଣ୍ଠି ରୁ ୩ଲକ୍ଷ ଟଙ୍କା ଅଟକଳ ରେ ଗତ ୬ମାସ ତଳେ ବିଭାଗୀୟ ଯନ୍ତ୍ରୀ ଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା।ତେବେ ରାସ୍ତା ନିର୍ମାଣ ରେ ଅନିୟମିତତା ଯୋଗୁଁ ଏ ଭଳି ଅଭାବନୀୟ ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆତ୍ମା ଗୃହ ଠାରୁ ପ୍ରାଥମିକ କୃଷି ସମବାୟ ସମିତି ର ଗୋଦାମ ଗୃହ ପର୍ଯ୍ୟନ୍ତ ରାସ୍ତା କଂକ୍ରିଟ କରଣ କାର୍ୟ୍ଯ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ