Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାନ ବାଉଁସେନରେ ରକ୍ତଦାନ ଶିବିର

ବରପାଲି: ବିଜେପୁର ନିର୍ବାଚନ ମଣ୍ଡଳୀ ସାନ ବାଉଁସେନ ସେବାଶ୍ରମ ସ୍କୁଲ ପରିସରରେ ଓଡିଶା ମୋ ପରିବାର ଓ ଜିବନବିନ୍ଦୁ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ରବିବାର ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂ ଶିବିରକୁ ଉଦଘାଟନ ମାଧ୍ୟମରେ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ। ଗ୍ରାମବାସୀ ଓ ବିଜୁ ଯୁବା ସଂଘ ସହାୟତାରେ ଆୟୋଜିତ ଶିବିରରୁ ୩୦ ୟୁନିଟ ରକ୍ତଥୈଳି ସଂଗ୍ରହ କରାଯାଇଥିଲା। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଗୈାର ହରି ମିଶ୍ର,ବିଜେଡି ବରିଷ୍ଠ ନେତା ଜନାର୍ଦ୍ଦନ ପାଣିଗ୍ରାହୀ,ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଗତି ମିଶ୍ର ପ୍ରମୁଖଙ୍କ ସମେତ ବହୁ ବିଜେଡି ବରିଷ୍ଠ ନେତା ମାନେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପଚାଂୟତ ସରପଞ୍ଚ ଓ ଜନ ପ୍ରତିନିଧି ଓ ଯୁବାକର୍ମୀ ମାନେ ସାମିଲ ହୋଇ ରକ୍ତଦାତା ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲେ।