ବିକାଶ ଶିକ୍ଷାନୁଷ୍ଠାନ ର ପୁରବ ବେହେରା ୯୮.୨ ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପର।

କଳାହାଣ୍ଡି୧୩/୦୫
କେନ୍ଦ୍ରୀୟ ଶିକ୍ଷା ପରିଷଦ ଦିଲ୍ଲୀ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ପୁରବ ବେହେରା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୮.୨ ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି । ସେହିଭଳି ହେମନ୍ତ ଅଗ୍ରୱାଲ ୯୬ % , ସିଦ୍ଧାର୍ଥ ଶେଖର ଭୋଇ ୯୬ % , ଅର୍ମନ୍ ଭରଦ୍ୱାଜ ୯୫.୮%, ମିହିର ରଞ୍ଜନ ମାସ୍ରା ୯୫.୨%, ପ୍ରୀୟାଂଶୁ ସାହୁ ୯୫.୨ % ଓ ରୋନକରାଜ ପୁରୋହିତ ୯୫ % ନମ୍ବର ରଖି କୃତକାର୍ଯ୍ୟ ହେବା ସହ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେହିଭଳି ଦ୍ଵାଦଶ ଶ୍ରେଣୀ ବିଜ୍ଞାନ ବୋର୍ଡ ପରୀକ୍ଷାରେ ଶାଶ୍ଵତ ପାଣିଗ୍ରାହୀ ୯୩ % ଓ ସୌରଭ ପାଣିଗ୍ରାହୀ ୯୨.୨ % ନମ୍ବର ରଖି କୃତକାର୍ଯ୍ୟ ହେବା ସହ ଅନୁଷ୍ଠାନ ତଥା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ଚଳିତ ବର୍ଷର ଏହି ଆଶାତୀତ ଫଳାଫଳରେ ସମସ୍ତ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି । ଅଭିଭାବକ ମାନେ ଅନୁଷ୍ଠାନର ମ୍ୟାନେଜମେଣ୍ଟ ମେମ୍ବର , ପ୍ରିନ୍ସପାଲ୍ , ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି ।
ଏହି ଫଳାଫଳକୁ ନେଇ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଡି.ରାମ କୁମାର, ଶିକ୍ଷା ପ୍ରଭାରୀ ଶ୍ରୀମତୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଶ୍ରୀମତୀ ଡି.ପଦ୍ମିନୀ , ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଅଭିଭାବକ ମାନଙ୍କ ବିକାଶ ଶିକ୍ଷାନୁଷ୍ଠାନ ଉପରେ ଥିବା ଅତୁଟ ବିଶ୍ୱାସ, ଭରସା ଓ ସହଯୋଗ ନିମନ୍ତେ ଧନ୍ୟବାଦ୍ ଓ ଅଭିନନ୍ଦନ ଜଣାଇବା ସହ ଛାତ୍ର ଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।