Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୂଷଣ ପୁରସ୍କାର ଉତ୍ସବରେ ଅଘଟଣ; ଅଂଶୁଘାତରେ ୧୧ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ନାଭି ମୁମ୍ବାଇରେ ‘ମହାରାଷ୍ଟ୍ର ଭୂଷଣ’ ପୁରସ୍କାର କାର୍ଯ୍ୟକ୍ରମରେ ଏକ ଦୁଃଖଦ ଘଟଣା ଘଟିଛି। ଏହି କାର୍ଯ୍ୟକ୍ରମରେ ରବିବାର ଦିନ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ‌ବେଳେ ୨୦ରୁ ଅଧିକ ଲୋକଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ଏକ ଖୋଲା ପଡ଼ିଆରେ ଅନୁଷ୍ଠିତ ହେଉଥିଲା। ଲକ୍ଷ ଲକ୍ଷ ଲୋକ ଏଥିରେ ଯୋଗ ଦେଇଥିଲେ।

ଭୂଷଣ ପୁରସ୍କାର କାର୍ଯ୍ୟକ୍ରମ ପଡୋଶୀ ମୁମ୍ବାଇର ରାୟଗଡ ଜିଲ୍ଲାର ଖାରଘରର ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା। ନଭି ମୁମ୍ବାଇ ଖାରଘରର ଏକ ବଡ଼ ପଡ଼ିଆରେ ଦିନ ୧୧ଟା ୩୦ରୁ ଦିନ ଗୋଟାଏ ଯାଏ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଉପସ୍ଥିତ ଥିଲେ। ଆଧ୍ୟାତ୍ମିକ ନେତା ତଥା ସାମାଜିକ ସଂସ୍କାରକ ଆପାସାହେବ ଧର୍ମାଧିକାରୀଙ୍କୁ ଶାହା ଏହି ପୁରସ୍କାର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକ ସାମିଲ୍ ହୋଇଥିବା ବେଳେ ଟେଣ୍ଟର କୌଣସି ବ୍ୟବସ୍ଥା ହୋଇ ନଥିଲା । ଫଳରେ ଖରାରେ ଅଚେତ୍ ହୋଇପଡ଼ିଥିଲେ ଲୋକେ । ଏହି ଅଘଟଣକୁ ମୁଖ୍ୟମନ୍ତ୍ରୀ ଦୁର୍ଭାଗ୍ୟଜନକ କହିବା ସହ ମୃତକଙ୍କ ପରିବାର ପ୍ରତି ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

More Stories