Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋଇନ୍ଦାମୁଣ୍ଡା ଠାରେ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତ ଗୋଇନ୍ଦାମୁଣ୍ଡା ଠାରେ ଗ୍ରାମ ବାସୀ ଙ୍କ ଉଦ୍ୟମ ରେ ଶନିବାର ଠାରୁ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯଜ୍ଞ କର୍ତ୍ତା ଭାବେ ଚନ୍ଦ୍ରମଣି ବାଗ ଓ ତାଙ୍କ ପତ୍ନୀ ସସ୍ମିତା ବାଗ ରହିଥିବା ବେଳେ ପୁଜକ ଭାବେ ନାରାୟଣ ମିଶ୍ର ଜପକ ଶାନ୍ତନୁ ମିଶ୍ର ସଡ ବୈଷ୍ଣବ ଭାବେ ନୀଳମଣି ବାଗ, ରୁଦ୍ର ପ୍ରତାପ ବାଗ, ରନ ବାଗ, ଗୋକୁଳ ବାଗ, ସୁସିଣ ଭୋଇ, ଜ୍ୟୋତି ଲାଲ୍ ଭୋଇ ପ୍ରମୁଖ ରହିଛନ୍ତି।ଏହି ନାମ ଜଜ୍ଞ ରେ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ୧୬ ଟି ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରି ବାକୁ ଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।ତେବେ ଚଳିତ ବର୍ଷ ଗୋଇନ୍ଦାମୁଣ୍ଡା ଗ୍ରାମ ବାସୀ ଙ୍କ ଦ୍ଵାରା ପୂର୍ବରୁ ହୋଇ ଆସୁଥିବା ବିରାଟ ପର୍ବ ୩୬ ବର୍ଷ ପୂରଣ କରିଥିବାରୁ ଏହି ନାମ ଜଜ୍ଞ ହେଉଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ