ବିବାହିତ ମହିଳାଙ୍କ ବିଷ ପିଇ ଆତ୍ମହତ୍ୟା ଅଭିଯୋଗ,ପୂର୍ବରୁ ଦେଢଶୁର ବଳାତ୍କାର କରିଥିବା ଥାନାରେ ଏତଲା।

କଳାହାଣ୍ଡି:୨୧/୦୫
ସମ୍ପର୍କୀୟ ଦେଢ଼ଶୁର ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ପରେ ଘଟଣା ପ୍ରଘଟ ହେବାରୁ ଲୋକଲଜ୍ଜ୍ୟା ସହି ନ ପାରି ଜଣେ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତ ମହିଳା ଙ୍କ ବାପ ଘର ପରିବାର। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ଜାମଚୁଆ ଗାଁରେ । ଘଟଣାସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ମୃତ ମହିଳା ଜାମଚୁଆ ଗାଁର ହୋଇଥିବା ବେଳେ ସେ ଟିଙ୍ଗପଖାନ ରେ ଗତ ୩ ବର୍ଷ ତଳେ ବିବାହ କରିଥିଲେ। ଗତ କିଛି ମାସ ହେବ ତାଙ୍କ ସ୍ୱାମୀ ଦାଦନ ଖଟିବା ପାଇଁ ଯାଇଥିବା ବେଳେ ମହିଳା ଜଣକ ଘରେ ଏକୁଟିଆ ରହୁଥିଲେ। ହେଲେ ଗତ ଏପ୍ରିଲ ୨୨ ତାରିଖ ଦିନ ଏକ ବିବାହ ଭୋଜିରେ ମୃତ ମହିଳାଙ୍କ ସମ୍ପର୍କୀୟ ଦେଢଶୁର ତାଙ୍କୁ ବଳାତ୍କାର କରିଥିଲେ ଏବଂ ଏ ସମ୍ପର୍କରେ କାହାକୁ ନକହିବା ପାଇଁ ଧମକ ଦେଇଥିବା ନେଇ ମୃତ ମହିଳା ଜଣକ ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ । ଘଟଣା ପରେ ସେ ଟିଙ୍ଗପଖାନରୁ ଆସି ନିଜ ବାପା ଘର ଜାମଚୁଆ ରେ ରହୁଥିଲେ।ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଚଳାଇଥିବା ବେଳେ ଗତ ରାତି ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି। ତେବେ ସମ୍ପୁର୍ଣ୍ଣ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।ଜୟପାଟଣା ପୋଲିସ ଘଟଣା ର ତଦନ୍ତ ଜାରି ରଖିଛନ୍ତି।