Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାରବାହାଲ ଠାରେ ବୁଦ୍ଧ ମୂର୍ତ୍ତି ସ୍ଥାପନ ପାଇଁ ଭୂମୀ ପୂଜନ ଉତ୍ସବ ଅନୁଷ୍ଠିତ।

କୋକସରା:୨୩/୦୫
କଳାହାଣ୍ଡି ଜିଲ୍ଲା ଚାରବାହାଲ ବସ ଷ୍ଟାଣ୍ଡ ଠାରେ ଆଜି ବୁଦ୍ଧ ବିଚାର ମଞ୍ଚ ପକ୍ଷରୁ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି। ଏହାସହ ସ୍ଥାନୀୟ ମାର୍କେଟ କମ୍ପ୍ଲେକ୍ସ ଠାରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ସତ୍ୟଭାମା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଦ୍ଧଙ୍କ ସ୍ମୃତି ଚାରଣ କରିବା ସହିତ ପ୍ରତିମୂର୍ତ୍ତି ସ୍ଥାପନ ସ୍ଥଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ସାମୂହିକ ବୁଦ୍ଧ ବନ୍ଦନା ଗାନ କରାଯାଇଥିଲା। ପରେ ମୁଖ୍ୟ ଅତିଥି ଶ୍ରୀମତୀ ପଣ୍ଡା ବସ୍ ଷ୍ଟାଣ୍ଡ ସ୍ଥିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୁର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା ଓ ଭୀମ ଅର୍ମିର ଜିଲ୍ଲା ସଭାପତି ଧିମାନ ରଜନୀକାନ୍ତ ସମର୍ଲିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ବୁଦ୍ଧ ବିଚାର ମଞ୍ଚର ଆବାହକ ରବି ନାରାୟଣ ଚଲାନ, ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଚଲାନ, ଜୟଦେବ ଧଙ୍ଗଡାମାଝି, ଶୁଭମ୍ ସୁନାନୀ, ତପନ ଚଲାନ, ସନ୍ତୋଷ କର, ପଞ୍ଚୁ ମହାନନ୍ଦ, ବଳରାମ ହଂସ, ସଚ୍ଚିଦାନନ୍ଦ ଚଲାନ, ଲଛମନ ତାଣ୍ଡି ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ସେହିପରି ଜୟଦେବ ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଫୁଲେ ସାହୁ ଆମ୍ବେଦକର ପାଠଶାଲା ଠାରେ ମଧ୍ୟ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ