Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପୁଣି ନିରାଶ ହେଲେ ମନୀଷ ସିସୋଦିଆ; ବଢିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ମନୀଷ ସିସୋଦିଆ। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପୂର୍ବତନ ଡେପୁଟି ସିଏମ୍ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ବୃଦ୍ଧି କରାଯାଇଛି। ଆଜି ମୁଖ୍ୟ ଅଭିଯୁକ୍ତ ମନୀଷ ସିସୋଦିଆଙ୍କ ଅବକାରୀ ନୀତି ଦୁର୍ନୀତି ମାମଲାରେ ଶୁଣାଣି ଥିଲା। କୋର୍ଟ ଆଜି ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ସିବିଆଇ ମାମଲାରେ ଏପ୍ରିଲ ୨୭ ପର୍ଯ୍ୟନ୍ତ ଏବଂ ଇଡି ମାମଲାରେ ଏପ୍ରିଲ ୨୯ ଯାଏ ବୃଦ୍ଧି କରିଛନ୍ତି। ଇଡି ପରାମର୍ଶଦାତାଙ୍କ ଦାଖଲ ଉପରେ ମଧ୍ୟ କୋର୍ଟ ବିଶେଷ ଦୃଷ୍ଟି ରଖିଛନ୍ତି। ଏଜେନ୍ସି ଚଳିତ ମାସ ଶେଷ ସୁଦ୍ଧା ଚାର୍ଜସିଟ ଦାଖଲ କରିବା ନେଇ ଜଣାପଡ଼ିଛି।

ମନୀଷ ସିସୋଦିଆଙ୍କ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅଭିଯୁକ୍ତ ଅରୁଣ ରାମଚନ୍ଦ୍ର ପିଲ୍ଲାଇ ଏବଂ ଅମନଦୀପଙ୍କ ନ୍ୟାୟିକ ହେପାଜତକୁ ମଧ୍ୟ ବୃଦ୍ଧି କରାଯାଇଛି। ଇଡି ଦ୍ବାରା ପଞ୍ଜୀକୃତ ହୋଇଥିବା ମାମଲାରେ କୋର୍ଟ ଅରୁଣ ପିଲ୍ଲାଇ ଏବଂ ଅମନଦୀପଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।