Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଦିନିଆ ବର୍ଷା ରେ ଭିଜିଲା ବିଭିନ୍ନ ମଣ୍ଡି ରେ ଧାନ, ଚାଷି ଙ୍କ ମୁଣ୍ଡରେ ଚଡକ।

କଳାହାଣ୍ଡି:୨୬/୦୫
ଲଘୁଚାପ ଜନିତ ବର୍ଷା ର ପ୍ରଭାବ ରେ ଆଜି କୋକସରା ବ୍ଲକ ରେ ମଧ୍ୟାହ୍ନ ରେ ଝଡ଼ ତୋଫାନ ସହ ପ୍ରବଳ ବର୍ଷା ହୋଇ ଯାଇଥିବା ବେଳେ କୋକସରା ବ୍ଲକ ର ବିଭିନ୍ନ ମଣ୍ଡି ରେ ଥିବା ଚାଷି ଙ୍କ ଧାନ ବର୍ଷା ରେ ଓଦା ହୋଇ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ମତେ କୋକସରା ବ୍ଲକ ର କୋକସରା,କାଉଡୋଳା,ମୋଟେର, କାଶିବାହଲ, ଡ଼ହଗାଁ, ଖୁଣ୍ଟିଆ, ଲଡୁଗାଁ, ଫୁଫଗାଁ, କନ୍ଦାବୁଟୁରା,ଡାଲଗୁମା ମଣ୍ଡି ରେ ଚାଷି ଙ୍କ ହଜାର ହଜାର କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ପଡି ରହିଛି। ରବିବାର ମଧ୍ୟାହ୍ନ ରେ ହଠାତ କାଳବୈଶାଖୀ ପ୍ରଭାବ ରେ ଅଦିନିଆ ବର୍ଷା ଯୋଗୁଁ ମଣ୍ଡି ରେ ପଡି ରହିଥିବା ଚାଷି ଙ୍କ ଧାନ ବର୍ଷା ରେ ଭିଜି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।ଏହି ସବୁ ମଣ୍ଡି ରେ ଚାଷି ଙ୍କ ଧାନ ର ସୁରକ୍ଷା ପାଇଁ ମୁଖୀଗୁଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କର୍ମଚାରୀ ଙ୍କୁ ନିୟୋଜିତ କରା ଯାଇଥିବା ବେଳେ ରବିବାର ମଣ୍ଡି ବନ୍ଦ ରହିଥିବା କାରଣ ରୁ କର୍ମଚାରୀ ମାନେ ଅନୁପସ୍ଥିତ ଥିବାରୁ ଓ ଠିକ ସମୟରେ ଚାଷି ଙ୍କୁ ଧାନ ଢାଙ୍କିବା ପାଇଁ ପଲିଥିନ ନ ମିଳିବା ଓ ଦିଆ ଯାଇଥିବା ପଲିଥିନ ଚିରା ଓ ଫଟା ରହିଥିବା କାରଣରୁ ଧାନ ରେ ବର୍ଷା ପାଣି ପଶି ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି ଚାଷି। କୋକସରା ସଦର ମଣ୍ଡି ରେ ଆରଏମସି ପକ୍ଷରୁ ଚାଷି ଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ରହିଥିବା ବେଳେ ବର୍ଷା ପାଣି ନିଷ୍କାସନ ପାଇଁ ରହିଥିବା ଡ୍ରେନ ଅନେକ ସ୍ଥାନରେ ପୋତି ହୋଇଥିବା ଓ ଅବ୍ୟବସ୍ଥିତ କାରଣ ରୁ ବର୍ଷା ପାଣି ନିଷ୍କାସନ ହୋଇ ନପାରି ଚାଷି ଙ୍କ ଧାନ ଉପରେ ମାଡି ଯାଉଛି ଫଳରେ ଧାନ ଓଦା ହେବାସହ ଗୁଣବତ୍ତା ହରାଇବା କାରଣରୁ ମିଲର୍ସ ଧାନ ନେବାକୁ ମନା କରୁଛନ୍ତି। କୋକସରା ସଦର ମଣ୍ଡି ରେ ଗତ ୨୦ ତାରିଖ ରୁ ଧାନ କ୍ରୟ ଆରମ୍ଭ ହୋଇଥିବା ବେଳେ ଶନିବାର ସୁଦ୍ଧା ୧୪୪ ଜଣ ଚାଷୀ ଙ୍କ ୮୩୬୬.୮୫ ବିକ୍ରି ହୋଇଥିବା ବେଳେ ବର୍ତ୍ତମାନ ୨୦ ଚାଷି ଙ୍କ ୧୫୦୦ କ୍ୱିଣ୍ଟାଲ ଧାନ ମଣ୍ଡି ରେ ବିକ୍ରି ପାଇଁ ରହିଥିବା ନେଇ ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ ସୂଚନା ଦେଇଛନ୍ତି। ତେବେ ମଣ୍ଡି କୁ ଧାନ ବିକ୍ରି ପାଇଁ ଆସିଥିବା ଚାଷି ପୂର୍ଣ୍ଣଚନ୍ଦ୍ର ତାଣ୍ଡି ଙ୍କ ୩୨ କ୍ୱିଣ୍ଟାଲ, ଜିତେନ୍ଦ୍ର ପ୍ରଧାନୀ ୮୦ କ୍ୱିଣ୍ଟାଲ,ମଦନ ନାଏକ ୯୩ କ୍ୱିଣ୍ଟାଲ, ଉତ୍ତମ ପ୍ରଧାନୀ ୫୩ କ୍ୱିଣ୍ଟାଲ, ଶଙ୍କର ପ୍ରସାଦ ସିଂ ୫୫ କ୍ୱିଣ୍ଟାଲ, ଦଶରଥ ବେମାଲ ୯୩ କ୍ୱିଣ୍ଟାଲ,ଚିତ୍ତେଶ୍ୱରୀ ଶବର ୫୦ କ୍ୱିଣ୍ଟାଲ, ଭଞ୍ଜନ ଶବର ୮୦ କ୍ୱିଣ୍ଟାଲ, ଟୁନୁ ବିଶି ୧୨ କ୍ୱିଣ୍ଟାଲ,ଦେବାନନ୍ଦ ନାଗ ୧୩୦ କ୍ୱିଣ୍ଟାଲ,ତ୍ରିଭୁବନ ପ୍ରଧାନୀ ୧୩୦ କ୍ୱିଣ୍ଟାଲ, ସନ୍ତୋଷ ପ୍ରଧାନୀ ୬୭ କ୍ୱିଣ୍ଟାଲ, ସସ୍ମିତା ମାଝୀ ୧୧୦ କ୍ୱିଣ୍ଟାଲ ସମେତ ଅନ୍ୟ ଚାଷି ଙ୍କ ଧାନ ବିକ୍ରି ପାଇଁ ରହିଛି। ତେବେ ଆଜି ହୋଇଥିବା ଅଦିନିଆ ବର୍ଷା ରେ ଅଧିକାଂଶ ଚାଷି ଙ୍କ ଧାନ ବର୍ଷା ରେ ଭିଜି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଅନ୍ୟ ମଣ୍ଡି ଗୁଡିକ ରେ ମଧ୍ୟ ଚାଷି ଙ୍କ ଧାନ ବର୍ଷା ରେ ଓଦା ହୋଇ ନଷ୍ଟ ହେବା ଆଶଙ୍କା ରହିଛି।।ଆସନ୍ତା ଦୁଇଦିନ ଧରି ଲଘୁଚାପ ବର୍ଷା ସୂଚନା ରହିଥିବା ବେଳେ ଆର ଏମ ସି ପକ୍ଷରୁ ଚାଷି ଙ୍କୁ ଧାନ ର ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପଲିଥିନ ଯୋଗାଇ ଦେବାକୁ ଚାଷି ମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ