Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାହାଡେଶ୍ୱର ବାବା ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଭୂମି ପୂଜନ ଉତ୍ସଵ ଅନୁଷ୍ଠିତ।

କଳାହାଣ୍ଡି: ୨୮/୦୫
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫ ଗାଁ ପଞ୍ଚାୟତ ଫୁଫଗାଁ ଠାରେ ବାବା ପାହାଡେଶ୍ୱର ଶୈବପୀଠ ମନ୍ଦିର ପ୍ରତିଷ୍ଠା ଆସନ୍ତା ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ସୋମବାର ଭୂମିପୂଜନ ଉତ୍ସଵ ମହା ସମାରୋହରେ ପାଳିତ ହୋଇଯାଇଛି। ଭୂମିପୂଜନ ଉତ୍ସଵ ରେ ଘଣ୍ଟ, ଶଙ୍ଖ ଓ ସଂକୀର୍ତ୍ତନ ଦଳ ରେ ଗ୍ରାମ ରୁ ଏକ ଶୋଭାଯାତ୍ରାରେ ବାହାରି ଭୂମିପୂଜନ ପାଇଁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଭୂମିପୂଜନ କରାଯାଇଛି।।ପୂଜାକର୍ତ୍ତା ଭାବେ ଶ୍ରୀ ରାଜୀବ ଅଗ୍ରୱାଲ ଓ ପତ୍ନୀ ଶ୍ରୀମତୀ ରିତା ଅଗ୍ରୱାଲ ସମସ୍ତ ପ୍ରକାର ପୂଜାବିଧି କାର୍ଯ୍ୟ ତୁଲାଇଥିଲେ। ବାବା ପାହାଡେଶ୍ୱର ମନ୍ଦିର ର ପ୍ରାଣ ପ୍ରତିଷ୍ଠା ଉତ୍ସଵ ପାଇଁ ମନ୍ଦିର ପୂଜା କମିଟି ପକ୍ଷରୁ ଆସନ୍ତା ଶୁକ୍ରବାର ଅଧିବାସ ସହ ଅଙ୍କୁରାରୋପଣ,ଶନିବାର କଲସ ଯାତ୍ରା ଦେବ ପୂଜନ, ଅର୍ଣ୍ଣଧିବାସ, ରବିବାର ଜଳାଧିବାସ, ଘୃତାଧିବାସ,ଶର୍କରାଧିବାସ,ନାମ ଯଜ୍ଞ ଧିବାସ, ସୋମବାର ଅଷ୍ଟ ପ୍ରହର ନାମଯଜ୍ଞ ଆରମ୍ଭ ହୋଇ ମଙ୍ଗଳବାର ଦହି ହାଣ୍ଡି ଭଗ୍ନ ସହ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ସମାପନ ହେବା ନେଇ ମନ୍ଦିର କମିଟି ସଭାପତି ଜୟରାମ ପୁଝାରି ଓ ସମ୍ପାଦକ ପ୍ରଦୀପ ପଟେଲ ଙ୍କ ଠାରୁ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ