Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାପ କାମୁଡ଼ାରେ +୨ ବାଣିଜ୍ୟ ଙ୍କ ମୃତ୍ୟୁ, ଅଧୁରା ରହିଲା ମା ବାପା ଙ୍କ ସ୍ବପ୍ନ ।

କଳାହାଣ୍ଡି:୨୮/୦୫
କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ସର୍ଗିଗୁଡା ନିଜ ମାମୁ ଘର କୁ ଆସିଥିବା ଭଣଞ୍ଜl ବୋଲେଶ୍ୱର ମାଝୀଙ୍କ ସାପ କାମୁଡା ରେ ମୃତ୍ୟୁ ହୋଇଛି।ସୂଚନା ଅନୁଯାୟୀ ବୋଲେଶ୍ଵର ଧର୍ମଗଡ଼ ଥାନା ଅନ୍ତର୍ଗତ ଖୁଟୁଲୁଗୁଡା ତେନ୍ତୁଳିପଡା ଗାଁ ର ହୋଇଥିବା ବେଳେ ସେ ଗତ ମଙ୍ଗଳବାର ଦିନ ସର୍ଗିଗୁଡା ନିଜ ମାମୁ ଘରକୁ ଆସିଥିଲେ ହେଲେ ଆଜି ପାହାନ୍ତିଆ ୪ ଟା ସମୟରେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା। ମାମୁଁ ଘର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସକାଳ ୬ ଟା ରେ ଆଣିଥିବା ବେଳେ ଡାକ୍ତର ବୋଲେଶ୍ଵର ଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ବୋଲେଶ୍ଵର ଙ୍କ ବାପା ଭକ୍ତରାମ ମାଝୀ ଓ ପରିବାର ପହଂଚି ଥିଲେ କିନ୍ତୁ ତାଙ୍କ ପୁଅ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା । ଚଳିତ +୨ ବାଣିଜ୍ୟରେ ଭଲ ନମ୍ବର ରଖି ପାସ ମଧ୍ୟ କରିଛନ୍ତି।କିନ୍ତୁ ବିଧାତା ଙ୍କ ବିଧି କିନ୍ତୁ ଅଲଗା।ମା ବାପା ବୋଲେଶ୍ଵର ଙ୍କୁ ଏକ ଉଚ୍ଚ ଶିକ୍ଷା ଦେବାପାଇଁ ଯେଉଁ ସପ୍ନ ଦେଖିଥିଲେ ତାହା ସପ୍ନ ହୋଇ ରହିଗଲା।ବୋଲେଶ୍ଵର ମା ବାପା ଙ୍କ ଗୋଟିଏ ବୋଲି ପୁଅ।ଏଭଳି ହଠାତ ତାଙ୍କ ପୁଅ ଙ୍କ ମୃତ୍ୟୁ କୁ ଦେଖି ପରିବାର ଲୋକେ ଧର୍ଯ୍ୟହରା ହୋଇଛନ୍ତି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ