Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୁ ଏକ୍ସପ୍ରେସ ୱେରେ ଦୁଇ ଟ୍ରକ ମୁହାଁମୁହିଁ:ଟ୍ରକ ଚାଳକ ମୃତ, ଫସୀ ରହିଥିବା ଅନ୍ୟ ଚାଲକକୁ ଚିକିତ୍ସା ପାଇଁ ସ୍ଥାନାନ୍ତର

ନୂଆଁପଡା:ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଖଇରା ଗାଁ ନିକଟସ୍ଥ ଅମ୍ଭେରା ଛକ ବିଜୁ ଏକ୍ସପ୍ରେସ ୱେରେ ଘଟିଛି ସଡ଼କ ଦୁର୍ଘଟଣା। ଦୁଇ ଟ୍ରକ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା। ଏହି ଛକ ଦେଇ ଯାଇଥିବା ରାସ୍ତା ରେ ଦୃତ ଗତିରେ ଯାଉଥିବା ଗୋଟିଏ ଟ୍ରକ ନିଜ ଭାରସାମ୍ୟ ହରାଇ ଆଉ ଗୋଟିଏ ଟ୍ରକକୁ ଧକ୍କା ଦେବା ଫଳରେ ଦୁର୍ଘଟଣାଟି ଘଟିଥିଲା। ଏହି ଦୁର୍ଘଟଣା ରେ ଗୋଟିଏ ଟ୍ରକ୍ ଚାଳକ ଟ୍ରକ ଭିତରେ ହିଁ ଚାପି ହୋଇ ମୃତୁ ଘଟିଥିଲା। ମୃତକ ଗାଡିଚାଳକ ହେଉଛନ୍ତି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଣ୍ଡବିସୀ ଗ୍ରାମର ତିରୁପତି ସିଂ । ଘଟଣା ସ୍ଥଳରେ ବୋଡ଼େନ ଅଗ୍ନଶ୍ରମ ବିଭାଗ ଓ ବୋଡେ଼ନ ପୋଲିସ ପହଞ୍ଚି ମୃତଙ୍କ ଶବ ଜବତ୍ କରି ବୋଡେ଼ନ ସ୍ବାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି।ଅନ୍ୟ ଟ୍ରକ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ