Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଜ୍ରପାତ ରେ ଦୁଇ ଯୁବକ ମୃତ,ପୋଲିସ ର ତଦନ୍ତ ଜାରି।

କଳାହାଣ୍ଡି:୩୦/୦୫
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଧଅରପୁର ପଞ୍ଚାୟତ ରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବ ରେ ହୋଇଥିବା ବଜ୍ରପାତ ରେ ୨ଜଣଙ୍କ ମୃତ୍ୟୁ ହୋଇଛି।ମୃତକ ମାନେ ହେଲେ ଧଅରପୁର ପଞ୍ଚାୟତ ତେନ୍ତୁଳିପଡା ର ଧନ ସୁନ୍ଦର ଗୋପାଳ (୨୬)ଓ କାମନ୍ତ ଚନ୍ଦନ( ୨୫)ବୋଲି ଜଣାପଡ଼ିଛି।ଉଭୟେ ଧଅରପୁର ଗ୍ରାମ କୁ ମିସ୍ତ୍ରୀ କାମ କରି ଫେରୁଥିବା ବେଳେ ହଠାତ କାଳବୈଶାଖୀ ତାଣ୍ଡବ ରଚିଥିଲା।ପବନ ଘଡଘଡି ସହ ବର୍ଷା ହେବା ଯୋଗୁ ଗାଁ ନିକଟ ଏକ ପୋଖରୀ ଗଛ ମୂଳରେ ଲୁଚି ରହିଥିଲେ।ଠିକ ଏହି ସମୟରେ ବଜ୍ରପାତ ହୋଇଥିବା ବେଳେ ଘଟଣା ସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇ ଯାଇଛି।ସ୍ଥାନୀୟ ଲୋକ କୋକସରା ପୋଲିସ କୁ ଜଣାଇବା ପରେ ପୋଲିସ ଘଟଣା ସ୍ଥଳ କୁ ଆସି ତଦନ୍ତ ଆରମ୍ଭ କରିଛି।ତେବେ ଉଭୟ ଙ୍କ ମୃତ ଦେହ ପୋଲିସ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତର ଖାନା କୁ ପଠାଇ ଥିବା ସୂଚନା ମିଳିଛି।ସନ୍ଧ୍ୟା ହୋଇଥିବାରୁ ଗୁରୁବାର ଦିନ ଶବ ବ୍ୟବଚ୍ଛେଦ କରାଯିବା କୁ ପୋଲିସ ସୂଚନା ଦେଇଛି।ଉଭୟ ମୃତକ ମାନେ ବିବାହିତ ହୋଇଥିବା ବେଳେ ଗୋଟାଏ ଲେଖାଏଁ ସନ୍ତାନ ଥିବା ଓ ବର୍ତ୍ତମାନ ଉଭୟଙ୍କ ସ୍ତ୍ରୀ ଗର୍ଭବତୀ ଥିବା ଜଣାପଡ଼ିଛି।ଉଭୟ ଙ୍କ ମୃତ୍ୟୁ ରେ ଗାଁ ତଥା ପଞ୍ଚାୟତ ରେ ଶୋକର ଛାୟା ଖେଳିଯାଇଛି।ଉଭୟ ଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବା କୁ ପଞ୍ଚାୟତ ବାସୀ ଙ୍କ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ