ବ୍ୟାଙ୍କ କୁ ଭତ୍ତା ନେବାକୁ ଆସୁଥିବା ବୃଦ୍ଧା ଙ୍କୁ ସେବା ଯୋଗାଉଛନ୍ତି ନିୟୋଜିତ ସୁରକ୍ଷା କର୍ମି।

କଳାହାଣ୍ଡି:୩୦/୦୫
ମୁଣ୍ଡ ଉପରେ ଟାଣ ଖରା,ଆଉ ଭତ୍ତା ଟଙ୍କା ଟିକକ ଉଠାଇବା ପାଇଁ ଟାଣ ଖରା ରେ ବ୍ୟାଙ୍କ କୁ ପ୍ରତିଦିନ ଅନେକ ବୃଦ୍ଧ ବୃଦ୍ଧା ଆସୁଥିବା ବେଳେ ବୟସ ର ସାୟାହ୍ନ ରେ ପହଞ୍ଚି ଥିବା ବୃଦ୍ଧବୃଦ୍ଧା ଙ୍କୁ ସେମାନଙ୍କ ସମ୍ପର୍କୀୟ ମାନେ ଅନେକ ସମୟରେ ଅଟୋ ରେ ନେଇ ବ୍ୟାଙ୍କ କୁ ଆସୁଥିବା ବେଳେ ଅଟୋ ରୁ ବ୍ୟାଙ୍କ କୁ ନେଇ ପୁଣି ଭତ୍ତା ଟଙ୍କା ନେଇ ଯିବା ପର୍ଯ୍ୟନ୍ତ ସାହାଯ୍ୟ କରି ଏହି ବୃଦ୍ଧବୃଦ୍ଧା ଙ୍କ ପାଇଁ ଦେବଦୂତ ସାଜିଛନ୍ତି କୋକସରା ଷ୍ଟେଟ ବ୍ୟାଙ୍କ ରେ ନିୟୋଜିତ ସୁରକ୍ଷା କର୍ମି ଗିରିଧାରୀ ଜୁଏଡ଼। ଯେତେବେଳେ ବୃଦ୍ଧବୃଦ୍ଧା ଭତ୍ତା ନେବାପାଇଁ ବ୍ୟାଙ୍କ ସମ୍ମୁଖରେ ଆସୁଥିବା ଦେଖିଲେ ତୁରନ୍ତ ସେମାନଙ୍କ ପାଖକୁ ପହଞ୍ଚି କଥାବାର୍ତ୍ତା ହୋଇ ଭତ୍ତା ଉଠାଇବା ପାଇଁ ଉଠାଣ ଫର୍ମ,ସେମାନଙ୍କ ଆଧାର କାର୍ଡ ନେଇ ଭତ୍ତା ଟଙ୍କା ଆଣି ସେମାନଙ୍କ ହାତରେ ଦେଇ ପୁଣି ସେମାନଙ୍କୁ ସସମ୍ମାନେ ଆଣି ବ୍ୟାଙ୍କ ବାହାରେ ଛାଡିଦେଇ ନିଜର ମାନବିକତା ଦେଖାଇ ଜଣେ ସୁରକ୍ଷା କର୍ମି ସହ ଜଣେ ସହୃଦୟବାନ ବ୍ୟକ୍ତି ନିଜର କର୍ତ୍ତବ୍ୟ ପାଳନ କରି ଆସୁଛନ୍ତି। ସେ ଆସାମ ରାଇଫଳ ର ଜଣେ ଯବାନ ଭାବେ ଦେଶସେବା ପାଇଁ କାର୍ଯ୍ୟ କରିଛନ୍ତି । ଦେଶସେବା ରୁ ବିରତି ପରେ ସେ ବିଭିନ୍ନ ବ୍ୟାଙ୍କ ରେ ସୁରକ୍ଷା କର୍ମି ଭାବେ କାର୍ଯ୍ୟ କରି ଦିର୍ଘ ୪ ବର୍ଷ ହେବ କୋକସରା ଷ୍ଟେଟ ବ୍ୟାଙ୍କ ରେ ସୁରକ୍ଷା କର୍ମୀ ଭାବେ ନିୟୋଜିତ ରହି ବ୍ୟାଙ୍କ କୁ ଆସୁଥିବା ଗ୍ରାହକ ଓ ଭତ୍ତା ଟଙ୍କା ନେବାକୁ ଆସୁଥିବା ବୃଦ୍ଧ ବୃଦ୍ଧା ଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଭତ୍ତା ଟଙ୍କା ପାଇବା ପରେ ବୃଦ୍ଧ ବୃଦ୍ଧା ଙ୍କ ମୁହଁରଖୁସି ତାଙ୍କୁ ଆତ୍ମତୃପ୍ତି ଦେଇଥାଏ ବୋଳି କହିଛନ୍ତି ସୁରକ୍ଷା କର୍ମି ଶ୍ରୀ ଜୁଏଡ଼।ତାଙ୍କର ଏହି ସେବା ମନୋଭାବ କୁ ବିଭିନ୍ନ ମହଲ ରେ ପ୍ରସଂଶା କରାଯାଇଛି।