Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପର ମୁହାଁ ପାରଦ, ଦିନ୧୦ ଟା ପରେ ଅଘୋଷିତ କର୍ଫ୍ୟୁ,ରାସ୍ତାଘାଟ ଶୁନଶାନ।

କୋକସରା:୩୧/୦୫(ସନତ ପ୍ରଧାନୀ)
ବିଗତ ସବୁ ଦଶନ୍ଧି ର ରେକର୍ଡ ଭାଙ୍ଗିଲା ରୌଦ୍ରତାପ, ଦିନ ୧୦ ରୁ ସନ୍ଧ୍ୟା ପର୍ଯ୍ୟନ୍ତ ସୂର୍ଯ୍ୟ ଙ୍କ ପ୍ରଚଣ୍ଡ ରୌଦ୍ର ତାପ ରେ ସନ୍ତୁଳି ହେଉଛନ୍ତି ଜନ ସାଧାରଣ। ସୂର୍ଯ୍ୟ ଙ୍କ ତାପରେ ସତେ ଯେମିତି ଅଘୋଷିତ କର୍ଫ୍ୟୁ ଜାରି ହେଲା ଭଳି ମନେ ହେଉଛି। ଦିନ ୧୦ ଟା ପରେ ରାସ୍ତାଘାଟ ଶୁନ ଶାନ ହୋଇ ପଡୁଛି।ସକାଳ ୮ ଟା ରୁ ଖରା ର ପାରଦ ବୃଦ୍ଧି ହୋଇ ସନ୍ଧ୍ୟା ବେଳକୁ କମୁଛି। ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳି ରେ ସନ୍ତୁଳି ହେଉଛନ୍ତି ଜନ ସାଧାରଣ। ଧର୍ମଗଡ ଉପଖଣ୍ଡ ବିଭିନ୍ନ ସ୍ଥାନରେ ମଧ୍ୟ ପାରଦ ବିଗତ ଦୁଇତିନି ଦିନ ହେବ ୪୪/୪୫ ଉପରେ ରହୁଛି। ପ୍ରଚଣ୍ଡ ଖରା କାରଣରୁ ଜରୁରୀ କାମ ନଥିଲେ କୌଣସି ଲୋକ ଘରୁ ଗୋଡ କାଢୁ ନାହାଁନ୍ତି। ତେବେ ଜରୁରୀ କାମ ରେ ବାହାରିବା ସମୟରେ ଗାମୁଛା,କଲା ଚଷମା ସାଙ୍ଗରେ ପାନୀୟଜଳ ନେଇ ବାହାରୁଛନ୍ତି। ଅନ୍ୟପକ୍ଷରେ କୋକସରା ବ୍ଲକ ର ସଦର ମହକୁମା ହୋଇଥିବାରୁ ସରକାରୀ ବେସରକାରୀ କାର୍ଯ୍ୟାଳୟ କୁ ପ୍ରତିଦିନ ବିଭିନ୍ନ କାର୍ଯ୍ୟ ରେ ଅନେକ ଲୋକ ଆସୁଥିବା ବେଳେ ଖରା ରୁ ନିଜକୁ ରକ୍ଷା ରଖିବା ପାଇଁ ଆଖୁରସ,ଥଣ୍ଡା ପାନୀୟ,ଲସି, ସରବତ,ଲେମ୍ବୁପାଣି ଦୋକାନ ରେ ପାନୀୟ ପିଇ ଆସ୍ୱସ୍ତି ଅନୁଭବ କରୁଛନ୍ତି। ବୁଦ୍ଧିଜୀବୀ ଙ୍କ କହିବା ଅନୁସାରେ ବିଗତ ୫୦ ବର୍ଷ ମଧ୍ୟରେ ଏମିତି ଖରା ର ପ୍ରକୋପ ଦେଖିବାକୁ ମିଳିନାହିଁ। ଆଧୁନିକତା ର ଚାକଚକ୍ୟ କୁ ମଣିଷ ସମାଜ ପ୍ରୋତ୍ସାହନ ଦେଇ ଜଙ୍ଗଲ ସମ୍ପଦ ନଷ୍ଟ କରି ଚାଲିଛି ଓ କଂକ୍ରିଟ ଜଙ୍ଗଲ ସୃଷ୍ଟି କରି ଚାଲିଛି ଏହା ତାହାର ପ୍ରତିଫଳନ । ଏବେ ଠୁ ସତର୍କ ନହେଲେ ଆଗାମୀ ସମୟରେ ତାପମାତ୍ରା ବୃଦ୍ଧି ମଣିଷ ସମାଜ ପାଇଁ ଅଭିଶାପ ପାଳଟିବ ବୋଳି ମତ ରଖିଛନ୍ତି। ତେବେ ବୃଦ୍ଧି ପାଉଥିବା ତାପମାତ୍ରା କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଂଶୁଘାତ ଜନିତ ମୁକାବିଲା ପାଇଁ ବ୍ୟବସ୍ଥା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ