Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନ ଶିକ୍ଷକ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା,ଗ୍ରାମରେ ଉତ୍ସଵ ମନାଇଲେ ଗ୍ରାମବାସୀ।

କୋକସରା:୦୧/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ କଲୋନୀପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଦନ ମୋହନ ନାଏକ ଙ୍କୁ ଶୁକ୍ରବାର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ନାଏକ କଲୋନୀପଡା ପ୍ରାଥମିକ ବିଦ୍ୟାଳୟରେ ଦିର୍ଘ ବର୍ଷ ଶିକ୍ଷକତା କରି ଜଣେ ନିଷ୍ଠାପର ଓ ମେଳାପୀ ଶିକ୍ଷକ ଭାବେ କାର୍ଯ୍ୟରତ ରହି ଛାତ୍ରଛାତ୍ରୀ ଙ୍କ ପ୍ରତି ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଆଜି ନିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ ଚିତାମୁଣ୍ଡା ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଦିଗାମ୍ବର ଦଳପତି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଦୟାନିଧି ପାଢ଼ୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷକ ସଂଘ ର ସଭାପତି ଭୁରିଶ୍ରବା ଜାଲ, ଏନ ପି ଏସ ଶିକ୍ଷକ ସଂଘ ର ଜିଲ୍ଲା ସମ୍ପାଦକ ବୈକୁଣ୍ଠ ଜାଲ ଉପସ୍ଥିତ ରହି ଥିବା ବେଳେ ସଭା ପରିଚାଳନା କୁଳେରଗୁଡା ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପାଢୀ କରିଥିବା ବେଳେ ସ୍ୱାଗତ ଭାଷଣ ଶିକ୍ଷକ ନେତ୍ରାନନ୍ଦ ଧରୁଆ ଦେଇଥିଲେ। ଏହି ଅବସର ରେ ଅଵସର ନେଇଥିବା ପ୍ରଧାନ ଶିକ୍ଷକ ମଦନ ମୋହନ ନାଏକ ଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜଣାଇବା ସହ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ ର କାମନା କରିଥିଲେ। ଏହି ସଭା ରେ ଅନ୍ୟ ଶିକ୍ଷକ ଙ୍କ ମଧ୍ୟରେ ଉଦ୍ଧବ ଧରୁଆ, ରାଜ କିଶୋର ଭୋଇ,ଅଜୟ ମେହେର, ବିପିନ ବିହାରୀ ମାଝୀ,ଶ୍ରଦ୍ଧାକର ଗୋପାଳ,ସୁବାଷ ପୁଝାରି, ହୃଷିକେଶ ରାଉତ,ରାଜ କିଶୋର ଧରୁଆ, ଧରଣୀ ଧର ପଟେଲ, ହୃଷିକେଶ ଘି ସମେତ ଗୋଷ୍ଠି ଶିକ୍ଷା ବିଭାଗ କାର୍ଯ୍ୟାଳୟ ର କର୍ମଚାରୀ ରୂପଚନ ପାତ୍ର, ଜୀବନ ଜ୍ୟୋତି ପଣ୍ଡା,କ୍ଷେତ୍ର ମୋହନ ପୁଝାରି, ବିଶେଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସଭା ଶେଷ ରେ ଶିକ୍ଷକ ଅକ୍ଷୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପ୍ରଧାନ ଶିକ୍ଷକ ଙ୍କୁ ତାଙ୍କ ଗାଁ କୁ ନେଇ ଘରେ ଛାଡିବା ସମୟରେ ଗ୍ରାମବାସୀ ମାନେ ବାଜା ବଜାଇ ନାଚିଗାଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ