Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରବାଦ ପୁରୁଷଙ୍କ ସ୍ମୁତିରେ ବିଜେପୁରରେ ରକ୍ତଦାନ ଶିବିର

ବରପାଲି:ଓଡ଼ିଶା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ବାବୁଙ୍କ ତିରୋଧାନ ଦିବସ ଅବସରରେ ବିଜେପୁର ଏସ.ଏଚ.ଜି ଭବନ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ମୂଖ୍ଯଅତିଥି ଭାବରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ। ଓଡିଶା ମୋ ପରିବାର ଓ ଜିବନବିନ୍ଦୁ ପକ୍ଷରୁ ଶିବିର କାର୍ଯ୍ଯକ୍ରମ ବିଜୁ ଯୁବ,ଛାତ୍ର ଓ ମହିଳା ବିଜୁ ଜନତା ଦଳଙ୍କ ସମେତ ଦଳୀୟ ନେତୃବୃନ୍ଦଙ୍କ ସହାୟତାରେ ଶିବିର ପରିଚାଳିତ ହୋଇଥିଲା। ଶିବିରରୁ ୫୮ ୟୁନିଟ ରକ୍ତଥୈଳୀ ସଂଗୃହୀତ ହୋଇ ରେଡକ୍ରସ ସଂସ୍ଥାକୁ ପଠାଯାଇଥିଲା। କାର୍ଯ୍ଯକ୍ରମରେ ସମ୍ମାନିତ ଅତିଥି ଭାବରେ ବ୍ଳକ ଅଧ୍ଯକ୍ଷ ମୋତିରାମ ସାହୁ,ବୟନଶିଳ୍ପ ମନ୍ର୍ତୀ ପ୍ରତିନିଧି ଯୁବନେତା ସୌରଭ ସାହୁ,ବିଧାୟକ ପ୍ରତିନିଧି ଟିକାଏତ ମହତ୍ତମ,ମଧୁ ପଧାନ,ଭାବଗ୍ରାହି ବେହେରା,ପିଙ୍କୁ ବେହେରା, ସୁରେଶ ମେହେର,ସୁଦାମ ଦାଶ ପ୍ରମୁଖ ଯୋଗଦେଇ ରକ୍ତଦାତା ଏବଂ କାର୍ଯ୍ଯକର୍ତ୍ତା ମାନଙ୍କ ଉତ୍ସାହିତ କରିଥିଲେ।ସେହିପରି ବ୍ଳକର ବିଭିନ୍ନ ପଚାଂୟତ ସରପଞ୍ଚ ଓ ଜନ ପ୍ରତିନିଧି ଓ ଯୁବାକର୍ମି ମାନେ ଶିବିର ସଫଳତା ପାଇଁ ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ