Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରେଜଲ୍ଟ ପୂର୍ବରୁ ବିଜେପର ବିଜୟ ଉତ୍ସବ ପ୍ରସ୍ତୁତି, ମୋଦି କରିବେ ଭବ୍ୟ ରୋଡ ଶୋ’

ନୂଆଦିଲ୍ଲୀ; ଏକଜିଟ ପୋଲରେ ବିଜେପି ତଥା ଏନଡିଏକୁ ବମ୍ଫର ବିଜୟ ସଙ୍କେତ । ସମସ୍ତ ଏକଜିଟ ପୋଲରେ ଏନଡିଏ ସଂଖ୍ୟାଗରିଷ୍ଠତା ଆହାସ କରୁଥିବା ଓ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ହେଉଥିବା ଆକଳନ ପରେ ଆରମ୍ଭ ହୋଇଯାଇଛି ବିଜେପିର ବିଜୟ ଉତ୍ସବ ପ୍ରସ୍ତୁତି । ରାଜଧାନୀ ଦିଲ୍ଲୀରେ ବିଜେପି ଭବ୍ୟ ବିଜୟ ଉତ୍ସବ ପାଳନ କରିବାକୁ ଯାଉଛି । ରେଜଲ୍ଟ ଘୋଷଣା ପରେ ପ୍ରଧାନମନ୍ତ୍ରୀ ଲୋକ କଲ୍ୟାଣ ମାର୍ଗରୁ ବିଜେପି ମୁଖ୍ୟ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଏକ ଭବ୍ୟ ରୋଡ୍ ଶୋ’ କରିବେ । ଏଥିରେ ୨ରୁ ୩ ଲକ୍ଷ ଲୋକ ସାମିଲ ହେବେ ବୋଲି କୁହାଯାଉଛି ।

ଫଳାଫଳ ସପକ୍ଷରେ ରହିଲେ ଏକ ବଡ଼ ଉତ୍ସବ ହେବ ବୋଲି ଜଣାପଡିଛି । ଏ ସମ୍ପର୍କରେ ବିଜେପି ନେତାମାନେ ମଧ୍ୟ ଭାରତ ମଣ୍ଡପମ, ଯଶୋ ଭୂମି ଏବଂ କର୍ତ୍ତବ୍ୟ ପଥ ଭଳି ସ୍ଥାନରେ ମତାମତ ନେଉଛନ୍ତି । ମୋଦୀ ସରକାରଙ୍କ ଶପଥ ଗ୍ରହଣ ପରେ ଏହି ସ୍ଥାନଗୁଡିକୁ ବଡ ଉତ୍ସବ ପାଳନ ପାଇଁ ଚୟନ କରାଯାଉଥିବା ଦେଖିବାକୁ ମିଳିଛି । ଏହାର ଅର୍ଥ ହେଉଛି ମୋଦୀ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପରେ ସେହିଦିନ ଏହି ଗ୍ରାଣ୍ଡ ରୋଡ୍ ଶୋ’ ଅନୁଷ୍ଠିତ ହେବ । ତେବେ ଅନ୍ତିମ ସ୍ଥାନ ଏପର୍ୟ୍ୟନ୍ତ ନିଶ୍ଚିତ ହୋଇନାହିଁ । ଏକଜିଟ୍ ପୋଲ୍ ଫଳାଫଳରେ ପୁଣି ଥରେ ମୋଦୀ ସରକାରଙ୍କ ପୂର୍ବାନୁମାନ କରାଯାଇଛି । ଏଥିସହିତ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି ।