Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜୟ ପରେ ଜନସାଧାରଣ ଙ୍କୁ କୃତଜ୍ଞତା ଜଣାଇଲେ ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ।

କୋକସରା:୦୬/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ବିଜୁ ଜନତା ଦଳ ଦିର୍ଘ ବର୍ଷ ଶାସନ ଗାଦି ରେ ରହି ନିଜର ଆଧିପତ୍ୟ ବିସ୍ତାର କରି ଥିବା ବେଳେ ଚଳିତ ନିର୍ବାଚନ ରେ ଏହାର ଅବସାନ ଘଟିଛି। ବିଜେଡି ଗଡ଼ କୁ ଦଖଲ କରିଛି ଭାରତୀୟ ଜନତା ପାର୍ଟି।।ମୋଦି ଜି ଙ୍କ ନେତୃତ୍ୱରେ ଓଡିଶା ରେ ବିଜେଡି ସରକାର କୁ ବେକ ଫୁଟ ରେ ପକାଇ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ବିଜେପି ଦଳ ୧୪୭ ଆସନ ରୁ ୭୮ ବିଧାନସଭା ଆସନ ହାତେଇ ନିଜର ଦବଦବା ଜାହିର କରିଛି। ଧର୍ମଗଡ ନିର୍ବାଚନ ମଣ୍ଡଳୀ ରୁ ବିଜେଡି ଗଡ଼ କୁ ଦଖଲ କରି ବିଜେପି ର ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ ୧୮ ହଜାର ରୁ ଉର୍ଦ୍ଧ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି। ବୁଧବାର ବିଜେପି ବିଧାୟକ ପ୍ରାର୍ଥୀ ସୁଧୀର ରଞ୍ଜନ ପାଟ୍ଟଯୋଶୀ ନିଜର ସମର୍ଥକ ଙ୍କ ସହ ଧର୍ମଗଡ ବ୍ଭଣ୍ଡାର ଘରଣୀ ମା ଙ୍କ ଆଶ୍ରିବାଦ ଭିକ୍ଷା କରି ପର୍ଲା, ବେହେରା ,ଖୁଣ୍ଟିଆ, ମିର୍ଜାପୁର, ବେହେରା,ଗୋତମୁଣ୍ଡା, ଆମପାଣି ବୁଢ଼ାରଜା ମନ୍ଦିର ରେ ପହଞ୍ଚି ପ୍ରଭୁ ବୁଢ଼ାରଜା ଙ୍କ ଆଶିଷ ଭିକ୍ଷା କରିବା ସହ ନିଜର ଶତାଧିକ ସମର୍ଥକ ଙ୍କ ସହ ଆମପାଣି, ଲଡୁଗାଁ,କାଉଡୋଳା ଓ କୋକସରା ଠାରେ ବିଜୟ ଉତ୍ସଵ ଯାତ୍ରା ପାଳନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ